www.samajalive.in
Friday, December 5, 2025
26.1 C
Bhubaneswar

ମାଓବାଦୀ ନାଁରେ ବାପାକୁ ଟଙ୍କା ମାଗିଲେ ପୁଅ

ଭବାନୀପାଟଣା : ଟଙ୍କା ପାଇଁ ପୁଅ ସାଜିଲା ମାଓବାଦୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖି ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୁଲିସ୍‌ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି ।
ସୂଚନା ଅନୁସାରେ ରପ୍ରା ରୋଡର ଜ​ଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ ଟଙ୍କା ବଟି ଦେବାକୁ ଚିଠି ଲେଖିଥିଲା । ଦିନେଶଙ୍କ କାର ଭିତରେ ସେ ଏହି ଧମକପୂର୍ଣ୍ଣ ଚିଠି ରଖିଥିଲା । ଟଙ୍କା ନଦେଲେ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଥିଲା। ଏନେଇ ପରିବାର ଭୟଭୀତ ହେଇ ତୁରନ୍ତ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନର୍ଲା ଥାନା ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିଲା । ତଦନ୍ତରେ ଦିନେଶଙ୍କ ପୁଅ ଅଙ୍କୁଶ ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିବାରୁ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories