www.samajalive.in
Thursday, December 11, 2025
18.1 C
Bhubaneswar

ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ କିଏ?

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ଜୟ ବିଜେପିରୁ ନିର୍ବାଚନ ଲଢିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଆଜି ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଜୟଙ୍କୁ ପ୍ରାର୍ଥୀ କରି ବିଜେପି ଉପନିର୍ବାଚନରେ ବାଜି ମାରିବାକୁ ପୁରା ପ୍ରସ୍ତୁତି କରିଛି ।

ଗତ ୧୧ତାରିଖ ଦିନ ଅଚାନକ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ହଠାତ୍‍ ଜୟ ଢୋଲକିଆ କିନ୍ତୁ ବିଜେପି ଶିବିରରେ ଦେଖାଦେଇଥିଲେ । ପିତାଙ୍କ ଦେହାନ୍ତ ପରେ ବିଜେପିରେ ସାମିଲ ହେବାରୁ ବିଜେଡି ଜୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲା ।

- Advertisement -

ସେପଟେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୦ ତାରିଖ ଥିବାବେଳେ ଏ ପର୍ଯ୍ୟନ୍ତ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ଗତକାଲି ବିଜେଡି ର ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନା ବେଶ ଚର୍ଚ୍ଚାର ଥିଲାବେଳେ ଆଜି କିନ୍ତୁ ଅନ୍ୟ ନା ଶୁଣିବାକୁ ମିଳୁଛି। ନୂଆପଡ଼ା ସଦର ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ନାଁ କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଏହାସହ ଜଣେ ଆଦିବାସୀ ଚେହେରା ଭାବରେ ଦୁଇ ଦୁଇ ଥରର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ ଙ୍କ ନା ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ ଏଯାଏଁ କିଛି ନିଷ୍ପତି ହୋଇନାହିଁ। ଏବେ ଅପେକ୍ଷା ବିଜେଡି କାହାକୁ ମଇଦାନକୁ ଓହ୍ଲାଉଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories