www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଅନୁଗୋଳ(ନଗର): ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ​‌ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କନ୍ଧବେରେଣି ଗ୍ରାମର ଶୁକୁରୁ ପ୍ରଧାନଙ୍କ ପୁଅ ଶ୍ରୀକାନ୍ତ ପ୍ରଧାନ(୩୦) ଏକ ବାଇକ୍ ନେଇ କଳମଛୁଇଁ ଗ୍ରାମକୁ ତାଙ୍କ ଶାଶୁଙ୍କୁ ନେବା ପାଇଁ ଆସୁଥିଲେ। କନ୍ଧବେରେଣି ଗ୍ରାମ ମୁଣ୍ଡରେ ଥିବା ଜଙ୍ଗଲ ମଝିରେ ଅନ୍ୟ ଏକ ବାଇକ ସହିତ ତାଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଶ୍ରୀକାନ୍ତଙ୍କ ସମେତ ୨ୟ ବାଇକରେ ଥିବା ତାଳଚେର ବ୍ଲକ ଶିବରାମପୁର ଗ୍ରାମର ପଙ୍କଜ ବେହେରାଙ୍କ ପୁଅ ସୌଭାଗ୍ୟ ବେହେରା(୩୫) ଓ ଅନୁକୂଳ ପ୍ରଧାନଙ୍କ ପୁଅ ବିଭୂତି ପ୍ରଧାନ ଗୁରୁତର ଆହତ ହୋଇଥିଲେ। ଶ୍ରୀକାନ୍ତଙ୍କୁ ପ୍ରଥମେ ଏକ କାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ୧୦୮ ରୋଗୀ ବୁହା ଗାଡ଼ିରେ ସୌଭାଗ୍ୟ ଓ ବିଭୂତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବିଭୁତିଙ୍କୁ ମୃତ ଘୋଷଣା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories