ଭୁବନେଶ୍ୱର : ପର୍ବପର୍ବାଣି ସମୟରେ ଯଦି ଆପଣ ଏକ ନୂଆ ଗାଡ଼ି କିଣିବାକୁ ଯୋଜନା କରୁଛନ୍ତି, ତେବେ ଏକ ସୂଚନାଭିତିକ ନିଷ୍ପତି ନେବାକୁ ମନେରଖନ୍ତୁ, ବିଶେଷ କରି ଯେତେବେଳେ ଇନସ୍ୟୁରାନ୍ସ କଥା ଆସେ । ଉପଯୁକ୍ତ ପଲିସି ବାଛିବା, ଠିକ ଗାଡ଼ି ବାଛିବା ପରି ଗୁରୁତ୍ୱପୂର୍ଣ୍ଣ ଅଟେ । ଗାଡ଼ିର ଇନସ୍ୟୁରାନ୍ସ କେବଳ ଏକ ଆଇନଗତ ଆବଶ୍ୟକତା ନୁହେଁ – ଏହା ଏକ ଆର୍ôଥକ ସୁରକ୍ଷା କବଚ ଯାହା ଆପଣଙ୍କୁ ଓ ଆପଣଙ୍କ ଗାଡ଼ିକୁ କୌଣସି ଅଚାନକ କ୍ଷତିରୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ । ଉପଯୁକ୍ତ କଭରେଜ ସହିତ ଠିକ କମ୍ପ୍ରେହେନସିଭ ପଲିସି ନେବା ଦ୍ୱାରା ଆପଣ ଇନସ୍ୟୁରାନ୍ସର ଅନେକ ଲାଭ ପାଇପାରିବେ, ଯେପରିକି ଥାର୍ଡ-ପାର୍ଟି ଲାୟାବିଲିଟିଜ, ରୋଡସାଇଡ ଆସିଷ୍ଟାନ୍ସ, ଦୁର୍ଘଟଣାଜନିତ କ୍ଷତିର କଭର, ଏବଂ ଆହୁରି ଅନେକ କିଛି । ପାରମ୍ପରିକ ଭାବରେ, ଗାଡ଼ି ଇନସ୍ୟୁରାନ୍ସ କିଣିବାର ପ୍ରକ୍ରିୟା ବହୁତ ଜଟିଳ ହୋଇଥାଏ । କିନ୍ତୁ, ଫୋନପେ’ର ଭରସାଯୋଗ୍ୟ, ଡିଜିଟାଲ-ଫାଷ୍ଟ ସମାଧାନ ସହିତ, ଇନସ୍ୟୁରାନ୍ସ କିଣିବା ଏବେ ସରଳ, ସ୍ୱଚ୍ଛ ଓ ସୁଲଭ ହୋଇଯାଇଛି । ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଫୋନପେ’ର ନୂଆ ଗାଡ଼ି ଇନସ୍ୟୁରାନ୍ସ ସାଧାରଣ ଡିଲରସିପ ଇନସ୍ୟୁରାନ୍ସ ପ୍ଲାନ ତୁଳନାରେ ସମସ୍ତ ନୂଆ ଗାଡ଼ି କିଣୁଥିବା ଲୋକଙ୍କୁ କମ ଖର୍ଚ୍ଚରେ ଅନଲାଇନ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ସୁବିଧା ସହିତ, ଆପଣ ଅନେକ ଇନସ୍ୟୁରାନ୍ସ କମ୍ପାନୀର ପଲିସି ତୁଳନା କରିପାରିବେ ଏବଂ ସିଧାସଳଖ ଫୋନପେ ଆପରେ ଅନଲାଇନରେ କିଣିପାରିବେ ।
ପ୍ଲାନର ମୁଖ୍ୟ ବିଶେଷତାଗୁଡ଼ିକ ହେଉଛି ଯେ ଡିଲରସିପ ଦାମ ତୁଳନାରେ ନୂଆ ବାଇକ ଇନସ୍ୟୁରାନ୍ସ ଉପରେ ଟ.୫,୦୦୦ ପର୍ଯ୍ୟନ୍ତ ଏବଂ ନୂଆ କାର ଇନସ୍ୟୁରାନ୍ସ ଉପରେ ଟ.୫୦,୦୦୦ ପର୍ଯ୍ୟନ୍ତ ସେଭିଂସ କରିପାରିବେ । ୟୁଜରମାନେ ଅନେକ ଇନସ୍ୟୁରାନ୍ସ କମ୍ପାନୀ ମଧ୍ୟରୁ ବାଛିପାରିବେ ଏବଂ ଆଡ-ଅନ ସହିତ ନିଜ ପ୍ଲାନକୁ କଷ୍ଟମାଇଜ କରିପାରିବେ ଏବଂ ସ୍ପଷ୍ଟ କଭରେଜ ବିବରଣୀ ଓ ଏଥିରେ କୌଣସି ଲୁକାୟିତ ଚାର୍ଜ ନାହିଁ ଯେବେକି କୌଣସି କାଗଜପତ୍ର ବିନା ଶୀଘ୍ର କିଣିବାର ପ୍ରକ୍ରିୟା ଏହାକୁ ଅଧିକ ସରଳ କରୁଛି । ଏହା କୌଣସି ସୀମିତ ସମୟର ପର୍ବ ଅଫର ନୁହେଁଟ୍ଟ ଏହା ଫୋନପେ ଆପରେ ସମସ୍ତ ଗାଡ଼ି କିଣିବାକୁ ଥିବା ଲୋକଙ୍କ ପାଇଁ ଏକ ସାଧାରଣ ଫିଚର । ଏହି ପ୍ଲାନ ଆପଣଙ୍କ ସମ୍ପୂର୍ଣ୍ଣ ଇନସ୍ୟୁରାନ୍ସ କିଣିବା ଅନୁଭୂତିକୁ ସରଳ କରିବା ସହିତ ସେଭିଂସ ମଧ୍ୟ କରିଥାଏ ଯାହା ଏହି ପର୍ବ ସମୟକୁ ଆହୁରି ଆନନ୍ଦମୟ କରିଦିଏ । ଆପଣ ସହଜରେ ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀର ଅନେକ ପ୍ଲାନକୁ ତୁଳନା କରିପାରିବେ, ଯେଉଁଟି ଆପଣଙ୍କ ଆବଶ୍ୟକତା ଅନୁସାରେ ଠିକ ତାହା ବାଛିପାରିବେ ଏବଂ ଉନ୍ନତ କଭରେଜ ପାଇଁ ଆବଶ୍ୟକ ଆଡ-ଅନ ସହିତ ଏହାକୁ କଷ୍ଟମାଇଜ କରିପାରିବେ ।
୫ଟି ସହଜ ଷ୍ଟେପରେ ଆପଣ ଫୋନପେ’ର ନୂଆ ଗାଡ଼ି ଇନସ୍ୟୁରାନ୍ସ କିଣିପାରିବେ । ପ୍ରଥମେ ଫୋନପେ ଆପ ଖୋଲନ୍ତୁ, ଇନସ୍ୟୁରାନ୍ସ ସେକ୍ସନକୁ ଯାଆନ୍ତୁ, “ନୂଆ କାର ଇନସ୍ୟୁରାନ୍ସ’ କିମ୍ବା “ନୂଆ ବାଇକ ଇନସ୍ୟୁରାନ୍ସ’ ବାଛନ୍ତୁ, କିଛି ମୌଳିକ ବିବରଣୀ ଦିଅନ୍ତୁ ଓ କୋଟଗୁଡ଼ିକୁ ତୁଳନା କରନ୍ତୁ । ଆପଣଙ୍କ ପସନ୍ଦର ପ୍ଲାନ ବାଛନ୍ତୁ ଓ ପେମେଂଟ ପୁରା କରନ୍ତୁ । ଏହା ପରେ, ଆପଣ ତୁରନ୍ତ ନିଜ ପଲିସି ପାଇବେ, ଯାହା ଆପଣଙ୍କୁ ଆପଣଙ୍କ ନୂଆ ଗାଡ଼ିକୁ ଚିନ୍ତାମୁକ୍ତ ହୋଇ ଚଲାଇବା ପାଇଁ ପ୍ରସ୍ତୁତ କରିବ ।



