ଭୁବନେଶ୍ଵର : ଆଜି ରାଜଧାନୀରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେଉଛି। ଯାହାଫଳରେ ଭୁବନେଶ୍ଵରର ବିିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ପ୍ରାୟ ଘଣ୍ଟାଏ ହେବ ଜୋରଦାର ବର୍ଷା ଛେଚୁଛି। ସେପଟେ ବଜ୍ରପାତ ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆର୍ଥିଂ ଦୁର୍ବଳ ହୋଇପଡିଛି। ଫଳରେ ମନ୍ଦିର ଗର୍ଭଗୃହର ହାଲୋଜିନ ବଲ୍ ଫାଟିବା ସହିତ ସୁଇଚ୍ ବୋର୍ଡ ଭାଙ୍ଗିଯାଇଛି। ସେବାୟତ ଏବଂ ଯାତ୍ରୀମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଛନ୍ତି। ମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ଅନ୍ଧାର ରହିଛି।
Popular Categories



