www.samajalive.in
Saturday, December 6, 2025
26.1 C
Bhubaneswar

ବସ୍‌ ଭିତରେ ଯାତ୍ରୀଙ୍କୁ ହାଣିଲା ଯୁବକ, ୪ ଗୁରୁତର

ପୁରୀ: ଆମ ବସ ଭିତରେ ପଶି ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ। ୪ ଜଣ ବସ ଯାତ୍ରୀ ଆହତ। ହୋଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସା ପାଇଁ ସେମାନଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କଣାସ ବ୍ଲକ ଗଡିଶାଗୋଦା ଥାନା ଅନ୍ତର୍ଗତ କୋଟକକଣା ଛକରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ତପନ ଭୋଇଙ୍କୁ ପୁଲିସ କାବୁ କରିଛି। ଉତ୍ୟକ୍ତ ଲୋକଙ୍କ ମାଡରେ ସେ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତପନ ବିରୁଦ୍ଧରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।

ସେପ​‌ଟେ ତପନଠାରୁ ପୁଲିସ ଗୋଟିଏ କଟୁରୀ ଓ ଠେଙ୍ଗା ଜବତ କରିଛି। ଵସଟି କୋଟକଣା ଛକ ଦେଇ ଜଗନ୍ନାଥ ସଡ଼କ ଅଭିମୁଖେ ଯିବାବେଳେ ତପନ କଟୁରୀ ଓ ଠେଙ୍ଗା ଧରି ବସ ଭିତରେ ପଶିଥିଲା। ବସରେ ବସିଥିବା ୪ ଜଣ ବ୍ୟକ୍ତିଙ୍କୁ ସେ ଆକ୍ରମଣ କରିଥିଲା। ଅନ୍ୟ କିଛି ଯାତ୍ରୀ ଏହାର ପ୍ରତିବାଦ କରିବାରୁ ତପନ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories