www.samajalive.in
Friday, December 5, 2025
26.1 C
Bhubaneswar

ନୂଆପଡ଼ା ଉପନିର୍ବାଚନ: ଟଙ୍କା ଦ୍ୱାରା ନୁହେଁ ଲୋକଙ୍କ ହୃଦୟ ଜିଣି ନିର୍ବାଚନ ଲଢ଼ିବୁ- କଂଗ୍ରେସ

ନୂଆପଡ଼ା/ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଗାଁ ଗାଁ ଯାଇ ଲୋକଙ୍କୁ ଭୋଟ ଭିକ୍ଷା କରିବ। ଟଙ୍କା ଦ୍ବାରା ନୁହେଁ, ବରଂ ଲୋକଙ୍କ ହୃଦୟ ଜିଣି କଂଗ୍ରେସ ନିର୍ବାଚନ ଲଢ଼ିବ। ସମସ୍ତ ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

ପିସିସି ସଭାପତି ଶ୍ରୀ ଦାସ ନ୍ୟାୟ ଯାତ୍ରା ଖରିଆରରୁ ନୂଆପଡ଼ା ଅଭିମୁଖେ ଆରମ୍ଭ କରିଛନ୍ତି। ଉତ୍କେଲା ବିମାନ ବନ୍ଦରରୁ ଖରିଆର ପହଞ୍ଚିବା ପରେ କଂଗ୍ରେସ ନେତୃବୃନ୍ଦ ଏବଂ ହଜାର ହଜାର କର୍ମକର୍ତ୍ତା ଶ୍ରୀ ଦାସଙ୍କୁ ବାଇକ୍ ରାଲିରେ ଖରିଆର ରୋଡ଼ର ନ୍ୟାୟ ସମାବେଶ ସଭା ସ୍ଥଳକୁ ନେଇଥିଲେ। ନୂଆପଡ଼ା ବିଧାୟକ ପ୍ରାର୍ଥୀ ତଥା ଜିଲା ସଭାପତି ସଭାପତି ଘାସିରାମ ମାଝୀ ଶ୍ରୀ ଦାସଙ୍କୁ ସ୍ବାଗତ କରିଥିଲେ। ଶ୍ରମିକଙ୍କ ପକ୍ଷରୁ ଆୟୋଜିତ ନ୍ୟାୟ ସମାବେଶରେ ପିସିସି ସଭାପତି ଶ୍ରୀ ଦାସ ସଭାକୁ ଉଦ୍‌ବୋଧନ ଦେଇ କହିଲେ, କନ୍ୟାକୁମାରୀରୁ କାଶ୍ମୀର ରାହୁଲ ଗାନ୍ଧୀଙ୍କ ପଦଯାତ୍ରା କଂଗ୍ରେସ ପାଇଁ ସଞ୍ଜୀବନୀ ସଦୃଶ। କଂଗ୍ରେସର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ପାଇଁ ଏହା ଏକ ପ୍ରେରଣା। ବିଜେଡି ଏବଂ ବିଜେପି ଭଳିଆ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ନିର୍ବାଚନ ଲଢ଼ିବୁ ନାହିଁ। ଆମେ ଗାଁ ଗାଁ ଯାଇ ଭୋଟ ଭିକ୍ଷା କରିବୁ ଲୋକଙ୍କ ସହିତ ମିଶିବୁ ବୋଲି ଶ୍ରୀ ଦାସ କହିଛନ୍ତି।

- Advertisement -

ନୂଆପଡ଼ା ଜିଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ନ୍ୟାୟ ସମାବେଶରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ସମାବେଶରେ ପିସିସି ଉପ ସଭାପତି ସନ୍ତୋଷ ସିଂହ ସାଲୁଜା, କଂଗ୍ରେସ ନେତା ଭାରତ ଭୂଷଣ ବେମାଲ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପ୍ରମୁଖ ଯୋଗଦେଇଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories