ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ପୁଣି ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ଗତ ୧୪ ତାରିଖରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ଦ୍ବାରା ୪୦ ଯବାନ ଶହୀଦ ହେବା ପରେ ପୁନର୍ବାର ସୁରକ୍ଷା ବଳଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ଆଶଙ୍କା କରାଯାଉଛି। ଯବାନମାନେ ଯାତାୟାତ କରୁଥିବା ଏକ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। ଏଥିରେ କୌଣସି ମୃତାହତ ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ। ବିସ୍ଫୋରଣ ଏତେ ଶକ୍ତିଶାଳୀ ରହିଥିଲା ଯେ ଘଟଣାସ୍ଥଳରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବିସ୍ଫୋରଣରେ ଉକ୍ତ ରାସ୍ତା ସମେତ ନିକଟରେ ଥିବା କେତେକ ଘର କ୍ଷତିଗ୍ରସ୍ତ ହୋଇଛି।
ପୁଲୱାମାରେ ପୁଣି ବିସ୍ଫୋରଣ; ରାସ୍ତାରେ ବିରାଟ ଗର୍ତ୍ତ, ନିକଟ ଘର କ୍ଷତିଗ୍ରସ୍ତ
Popular Categories



