www.samajalive.in
Friday, December 12, 2025
27.1 C
Bhubaneswar

ଭୁଜ୍‍ ବାୟୁସେନା ଘାଟିରୁ ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବିଜୟାଦାମୀ ଅବସରରେ ଭୁଜ୍‍ ବାୟୁସେନା ଘାଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପାକିସ୍ତାନ ସର୍‍ କ୍ରିକ୍‍ ଅଞ୍ଚଳରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟ କରିବାକୁ ସାହାସ କରେ, ତେବେ ଏହାକୁ ଏକ କଡା ଜବାବ ଦିଆଯିବ, ଯାହା ଇତିହାସ ଏବଂ ଭୂଗୋଳ ଉଭୟକୁ ବଦଳାଇ ଦେବ ।

ଭୁଜ୍‍ ବାୟୁସେନା ଘାଟିରେ ଯବାନଙ୍କ ସହ ବିଜୟା ଦଶମୀ ପାଳନ ଅବସରରେ ସେଠାରେ ଅସ୍ତ୍ର ପୂଜା ଉତ୍ସବରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେନାକୁ ସମ୍ବୋଧନ କରି ସେ କହିଛନ୍ତି ଯେ ପାକିସ୍ତାନ ଭୁଲିବା ଉଚିତ୍‍ ନୁହେଁ ଯେ କରାଚୀ ଯିବାର ରାସ୍ତା କ୍ରିକ୍‍ ଦେଇ ଯାଇଥାଏ । ୧୯୬୫ଯୁଦ୍ଧରେ ଭାରତୀୟ ସେନା ଲାହୋର ପହଞ୍ଚିବାର କ୍ଷମତା ପ୍ରଦର୍ଶନ କରିଥିଲା । ଆଜି ୨୦୨୫ରେ ପାକିସ୍ତାନ ମନେ ରଖିବା ଉଚିତ୍‍ ଯେ କରାଚୀ ଯିବାର ଗୋଟିଏ ରାସ୍ତା ହେଉଛି କ୍ରିକ୍‍ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅପରେସନ ସିନ୍ଦୂର ବିଶ୍ୱକୁ ଏକ ବାର୍ତ୍ତା ଦେଇଛି ଯେ ଭାରତୀୟ ସେନା ଯେତେବେଳେ, ଯେଉଁଠାରେ ଏବଂ ଯେପରି ଇଚ୍ଛା ପାକିସ୍ତାନକୁ ଯଥେଷ୍ଟ କ୍ଷତି ପହଞ୍ଚାଇ ପାରିବେ ।

- Advertisement -

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories