www.samajalive.in
Monday, December 8, 2025
13.1 C
Bhubaneswar

ଏସିଆ କପ୍‍ ହାରିଲା: ଏବେ ଆତଙ୍କବାଦୀଙ୍କ ପରିବାରକୁ ସାହାଯ୍ୟ କରିବ !

ସମାଜ ଡିଜିଟାଲ ଡେସ୍କ: ୨୦୨୫ ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ସୂର୍ଯ୍ୟ ବ୍ରିଗେଡ୍‍ ୫ୱିକେଟରେ ବିଜୟୀ ହୋଇ ଇତିହାସ ରଚିଛନ୍ତି । ତେବେ ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ସାମ୍ବାଦିକ  ସମ୍ମିଳନୀରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଏସିଆ କପରୁ ରୋଜଗାର ହୋଇଥିବା ଟଙ୍କା ଭାରତ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରରେ ମୃତ ପାକିସ୍ତାନୀ ନାଗରିକ ଏବଂ ପିଲାମାନଙ୍କୁ ଦାନ କରିବେ । ଏହି ବୟାନରୁ ଜଣାପଡୁଛି ଯେ ପାକିସ୍ତାନୀ କ୍ରିକେଟ୍‍ ଦଳ ଆତଙ୍କବାଦୀଙ୍କୁ ପୁରା ସମର୍ଥନ କରୁଛି ।
ସଲମାନ କହିଛନ୍ତି ଯେ ତାଙ୍କ ଦଳ ଭାରତର ଅପରେସନ ସିନ୍ଦୂରରେ ମୃତକଙ୍କ ପରିବାରକୁ ଏହାର ସମ୍ପୂର୍ଣ୍ଣ ମ୍ୟାଚ୍‍ ଫି ଦାନ କରିବ । ଆପଣମାନେ ଜାଣିଥିବେ ଯେ ପାକିସ୍ତାନରେ ଜନ୍ମିତ ଆତଙ୍କବାଦୀମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି କାରଣରୁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
ଅପରେସନ ସିନ୍ଦୂରରେ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କ ପରିବାରର ୧୦-୧୪ଜଣ ସଦସ୍ୟ ମଧ୍ୟ ନିହତ ହୋଇଥିବା ରିପୋର୍ଟ ଆସିଥିଲା । ପାକିସ୍ତାନର ପଞ୍ଜାବର ବାହାୱଲପୁରରେ ଜୈଶ-ଏ-ମହମ୍ମଦର ଏକ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନ ଅଧିନାୟକଙ୍କ ମ୍ୟାଚ୍‍ ଫି ଦାନ କରିବା ଘୋଷଣା ସ୍ପଷ୍ଟ କରିଛି ଯେ ସେ ଆତଙ୍କବାଦୀଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories