www.samajalive.in
Saturday, December 13, 2025
14.1 C
Bhubaneswar

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ ରିଙ୍କୁ ସିଂହ

ସମାଜ ଡିଜିଟାଲ ଡେସ୍କ: ଏସିଆ କପ୍‌ ଟି-୨୦ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆରେ ସାମିଲ ହୋଇନାହାନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଆହତ ଜନିତ ସମସ୍ୟା କାରଣରୁ ତାଙ୍କୁ ଏହି ମ୍ୟାଚ​‌ରେ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକଙ୍କ ସ୍ଥାନରେ ରିଙ୍କୁ ସିଂହ ଦଳରେ ସାମିଲ ହୋଇଛନ୍ତି।

ତେବେ ହାର୍ଦ୍ଦିକ ଫାଇନାଲ ମ୍ୟାଚରେ ନ ଖେଳିବା ଦଳ ପାଇଁ କିଛିଟା ସମସ୍ୟା କରିପାରେ। କାରଣ ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛନ୍ତି। ପାକିସ୍ତାନ ବିପକ୍ଷରେ ସେ ଏକାଧିକ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ହାର୍ଦ୍ଦିକ ଭଲ ପ୍ରଦର୍ଶନ କରିଛନ୍ତି। ୨୧ ତାରିଖ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଗୋଟିଏ ଉଇକେଟ ନେଇଥିବାବେଳେ ୭ ରନ କରି ଅପରାଜିତ ରହିଥିଲେ। ଏହା ପୂର୍ବ ମ୍ୟାଚରେ ବି ସେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories