www.samajalive.in
Friday, December 5, 2025
26.1 C
Bhubaneswar

ବିଜୟଙ୍କ ଶୋଭାଯାତ୍ରାରେ ଦଳାଚକଟା : ୩୯ ମୃତ

କରୁର୍‌ : ତାମିଲନାଡୁର କରୁର୍‌ଠାରେ ତାମିଲ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ନିର୍ବାଚନ ପ୍ରଚାର ୠାଲିରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ୧୦ ଜଣ ଶିଶୁ ଏବଂ ୧୬ ମହିଳା ଥିବା ଜଣାପଡିଛି। ଦଳାଚକଟାରେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କରୁର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସମେତ ଅନ୍ୟ ଘରୋଇ ଡାକ୍ତରଖାନା ଗୁଡିକରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦେଶ ଦେଇଛନ୍ତି। ରବିବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ କରୁର୍ ଗସ୍ତ କରିବା ନେଇ ସୂଚନା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏପରିକି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେବେ ପ୍ରଚାର ୠାଲିରେ ଆଶାଠାରୁ ଅଧିକ ପ୍ରାୟ ୬୦,୦୦୦ ଲୋକଙ୍କ ଭିଡ଼ ଜମିଥିଲା। ପ୍ରବଳ ଭିଡ଼, ଗୁଳୁଗୁଳି ସହ ଲୋକମାନେ ନେତା ବିଜୟଙ୍କୁ ଦେଖିବାକୁ ମଞ୍ଚ ଆଡ଼କୁ ମାଡ଼ି ଆସିବାରୁ ଏଭଳି ଅଘଟଣ ଘଟିଥିଲା।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories