www.samajalive.in
Saturday, December 13, 2025
26.1 C
Bhubaneswar

ଧାନରେ ଲାଗିଲା ପତ୍ରପୋଡା ରୋଗ, ଚାଷୀ ହତାଶ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଧାନ ଫସଲରେ ପତ୍ରପୋଡ଼ା ରୋଗ ମାଡ଼ିବା ଫଳରେ ଚାଷୀମାନେ ଅଡୁଆରେ ପଡ଼ିଛନ୍ତି। ସ୍ଥାନୀୟ ଦୋକାନରୁ କୀଟନାଶକ କିଣି ସିଞ୍ଚନ କରିବା ପରେ ବି ରୋଗର ନିବାରଣ ହୋଇପାରୁ ନ ଥିବାରୁ ଚାଷୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ସେପଟେ କୃଷି ବିଭାଗ ନିଦରେ ରହିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଏହି ବ୍ଲକର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଧାନ ଓ ମୁଗ ହେଉଛି ମୁଖ୍ୟ ଚାଷ। ଧାନ ଚାଷ ପାଇଁ ଯେତିକି ବ୍ୟୟ ହେଉଛି ତା ସାଙ୍ଗକୁ ପାଣିପାଗ ଯେ।ଗୁ ରସାୟନିକ ସାର ନ ଦେଲେ ଆବଶ୍ୟକ ମୁତାବକ ଅମଳ ହେଉନାହିଁ। ଚଳିତ ବର୍ଷ ବର୍ଷାର ଅନିୟମିୟତା ସାଙ୍ଗକୁ ଧାନ ଗର୍ଭ ସମୟରେ ୟୁରିଆ ସାରର ଅଭାବ ଚାଷୀଙ୍କୁ ଅଥୟ କରୁଥିବା ବେଳେ ଏବେ ଦାଉ ସାଧୁଛି ପତ୍ର ପେ।ଡା ରେ।ଗ। ଲୋଧାଚୁଆ, ବ୍ରଜରାଜପୁର, ବଳଭଦ୍ରପୁର ଆଦି ପ୍ରାୟ ୩୭ ଗ୍ରାମ ପଞ୍ଚାୟତ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଧାନ ଜମିରେ ଏହି ରୋଗ ଦେଖିବାକୁ ମିଳୁଛି। ରଣପୁର ବ୍ଲକ କୃଷି ଅଧିକାରୀ ମାନସୀ ଦାସ ଛୁଟିରେ ଯାଇଥିବା ବେଳେ ଅନ୍ୟ ଓଭରସିଓର ଓ ଗ୍ରାମ କୃଷି ସେବକମାନେ ଶୋଇପଡ଼ିଥିବା ଅଭିଯୋଗ ହେଉଛି। ଦାୟିତ୍ୱରେ ଥିବା ଅତିରିକ୍ତ କୃଷି ଅଧିକାରୀ ଅର୍ପିତା ସାହୁ କୁହନ୍ତି, ବହୁ ଗ୍ରାମ କୃଷି ଅଧିକାରୀ ଓ ଓଭରସିଓର ପଦବୀ ଖାଲି ପଡିଛି। ତଥାପି ପତ୍ର ପେ।ଡା ପାଇଁ ସର୍ଭେ ଚାଲିଛି। ସେମାନଙ୍କୁ ଅନଲାଇନରେ ଆବେଦନ କରି କୀଟନାଶକ ଓଷଧ ପକାଇବା ପାଇଁ ପରାମର୍ଶ ଦିଆଯାଉଛି।

- Advertisement -

କିନ୍ତୁ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ବାସ୍ତବରେ ଏହା ହେଉ ନାହିଁ। ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସେମା​‌ନେ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories