www.samajalive.in
Friday, December 5, 2025
20.1 C
Bhubaneswar

ଅମଲିପାଲିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ଓଡ଼ିଶାରେ ୨ସେମିକଣ୍ଡକ୍ଟର ୟୁନିଟ୍‍ ହେବ 

ସମାଜ ଡିଜିଟାଲ ଡେସ୍କ: ଝାରସୁଗୁଡାରେ ଆୟୋଜିତ ଯୁବ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦୀ କହିଛନ୍ତି ଯେ ଦେଢ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ଆପଣମାନେ ନୂଆ ସଂକଳ୍ପ ନେଇଥିଲେ । ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ କରିବାକୁ ଶପଥ ନେଇଥିଲେ । ଫଳରେ ଆଜି ଓଡ଼ିଶାରେ ଡବଲ  ଇଞ୍ଜିନ ସରକାର ଚାଲିଛି । ଆଜିଠୁ ସାରା ଦେଶରେ ଆଇଆଇଟି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି । ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣିଛନ୍ତି ।
ମୋଦୀ କହିଛନ୍ତି ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହୁଛନ୍ତି । ଆମ ସରକାର ଏଯାବତ ୪କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି । ଓଡ଼ିଶାର  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜି ଓଡ଼ିଶାରେ ୫୦ଜହାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି । ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୁରା ସହମତ । ବିଗତ ଦଶନ୍ଧିରେ ଗରିବୀ ସହ ଲଢିଛନ୍ତି, ଏବେ ବିକାଶ ଦେଖିବେ ।
ଓଡ଼ିଶାରେ ଆଗାମୀ ଦିନରେ ୧ସେମିକଣ୍ଡକ୍ଟର ୟୁନିଟ୍‍ ହେବାକୁ ଯାଉଛି । ଏହି ସେମିକଣ୍ଡକ୍ଟରରୁ ବାହରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ । ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ । ଚିପ୍ସଠାରୁ ଆରମ୍ଭ କରି ସିପ୍‍ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ । ସ୍ୱଦେଶୀ ଜ୍ଞାନକୌଶଳରେ ସିପ୍‍ ନିର୍ମାଣ ପାଇଁ ୧୭ହଜାର କୋଟି ମଞ୍ଜୁର ହୋଇଛି । ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପୀଢି ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories