www.samajalive.in
Saturday, December 6, 2025
26.1 C
Bhubaneswar

ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସଭାସ୍ଥଳ ସମୀକ୍ଷା କଲେ ଡିଜିପି

ଝାରସଗୁଡା: ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଭା ପାଇଁ ଅମଲିପାଲୀସ୍ଥିତ ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ଆଜି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, ପୁଲିସ ଏଡିଜି ସନ୍ତୋଷ ବାଲା, ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଆସି ପ୍ରସ୍ତାବିତ ସଭାସ୍ଥଳରେ ପହଞ୍ଚିଛନ୍ତି।

ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ, ପୁଲିସ ଆଇଜି ହିମାଂଶୁ ଲାଲ, ଜିଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ୍ ଓ ପୂର୍ତ୍ତ ସଚିବ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ରହି ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଆସିବାର ରୁଟ ଠାରୁ ନେଇ ପାର୍କିଂ ଯାଏ ତମାମ ଦିଗ ଉପରେ ସମୀକ୍ଷା ଜାରି ରହିଛି। କିଭଳି ଭାବେ କାର୍ଯ୍ୟକ୍ରମ ଠିକରେ ହେବ, କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ଲୋକଙ୍କର କୌଣସି ସମସ୍ୟା ହେବନି ସେ ଦିଗରେ ମଧ୍ୟ ଯତ୍ନବାନ ହେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଏହି ଟିମ୍।

- Advertisement -

ଗଣମାଧ୍ୟମକୁ ବିବୃତ୍ତି ଦେଇ ଆସନ୍ତା ୨୭ ତାରିଖରେ ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରି ସିଧାସଳଖ ସଭାସ୍ଥଳକୁ ଆସିବେ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପ୍ରାୟ ୧ ଘଣ୍ଟାର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ ହେବ। ଯୁବ ସମାବେଶରେ ଯୁବ ଗୋଷ୍ଠୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

 

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories