www.samajalive.in
Friday, December 12, 2025
26.1 C
Bhubaneswar

ସଶସ୍ତ୍ର ବାହିନୀ ପ୍ରତି ଦେଶବାସୀଙ୍କ ସମର୍ଥନ ଅଭୂତପୂର୍ବ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦେବାରେ ସମର୍ଥ ହୋଇଛି ଏବଂ ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ଆତଙ୍କବାଦର ମୁକାବିଲା କରିବାରେ ଯଥେଷ୍ଟ ପାର୍ଥକ୍ୟ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ତାମିଲ୍‍ନାଡ଼ୁର କନ୍ୟାକୁମାରୀଠାରେ ଅନେକ ବିକାଶମୂଳକ ପ୍ରକଳ୍ପ ଉଦ୍‍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନଭେମ୍ବର ୨୬ ଆତଙ୍କବାଦୀ ଆକ୍ରମଣରେ ପୂର୍ବ ସରକାର କିଛି ପଦକ୍ଷେପ ନେଇ ନ ଥିବା କହିବା ସହ ସେ ସମୟରେ ବାୟୁ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଚାହିଁଥିଲେ ମଧ୍ୟ ସେତେବେଳର ସରକାର ସେଥିରୁ ନିବୃତ୍ତ ରହିଥିଲେ ବୋଲି ସମାଲୋଚନା କରିଛନ୍ତି। ବର୍ତ୍ତମାନ ସଶସ୍ତ୍ର ବାହିନୀକୁ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଫଳରେ ପ୍ରତ୍ୟେକ ସନ୍ତ୍ରାସବାଦୀ ଆକ୍ରମଣର ଠିକଣା ଜବାବ ଦିଆଯାଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସଶସ୍ତ୍ର ବାହିନୀ ପ୍ରତି ଦେଶବାସୀଙ୍କ ସମର୍ଥନ ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିଛି ରାଜନୈତିକ ଦଳ ସଶସ୍ତ୍ର ବାହିନୀର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠାଇ ଥିବା ବେଳେ ବିଶ୍ୱର ବହୁ ଦେଶ ଭାରତର ପ୍ରଶଂସା କରୁଛନ୍ତି। ଦଳମାନେ ନିଜର ରାଜନୈତିକ ଭବିଷ୍ୟତକୁ ମଜବୁତ୍‍ କରିବାକୁ ଭାରତକୁ ଦୁର୍ବଳ କରିବା ବନ୍ଦ୍‍ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories