www.samajalive.in
Friday, December 12, 2025
14.1 C
Bhubaneswar

କାଳିଆ ଟଙ୍କା ଦେବା ବଦଳରେ ଚାଷୀଙ୍କ ଖାତାରୁ ଉଭାନ ହେଉଛି ଟଙ୍କା

ଧାମରା : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆ ଯାଉଥିବା କାଳିଆ ଯୋଜନାରେ ବ୍ୟାଙ୍କ ପରିଚାଳକ ଚାଷୀଙ୍କ ପ୍ରତି ପାତର ଅନ୍ତର କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକାରୀ ମାନେ ଶୁକ୍ରବାର ଧାମରା ଠାରେ ଥିବା ବାଂଶଡା ୟୁକୋ ବ୍ୟାଙ୍କର ପରିଚାଳକଙ୍କୁ ଘେରି ନିଜର ଟଙ୍କା ପାଇବା ପାଇଁ ଦାବୀ ଜଣାଇବା ସହ ପରିଚାଳକଙ୍କୁ ଘେରି ରହିଥିଲେି। ଘଟଣାରୁ ଜଣାଯାଇଛି ଧାମରା ଅଞ୍ଚଳର ବାଇଧର ଜେନାଙ୍କ ସ୍ତ୍ରୀ ହରିପ୍ରିୟା ଜେନାଙ୍କ ନାମରେ ଏବଂ ଗଙ୍ଗାଧର ସେଠୀଙ୍କ ସ୍ତ୍ରୀ ଯମୁନା ସେଠୀଙ୍କ କାଳିଆ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଆସିଥିଲା। ବ୍ୟାଙ୍କ ପରିଚାଳକ ଜାଣିଶୁଣି ଏମାନଙ୍କ ଆକାଉଣ୍ଟରୁ ଟଙ୍କା ସେମାନଙ୍କ ସ୍ୱାମୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଦ୍ୱିତୀୟ ପଦକ୍ଷେପରେ ସେମାନଙ୍କ ସ୍ୱାମୀଙ୍କ ନାମରେ ଲୋନ ଥିବାରୁ ଶାଖା ପରିଚାଳକ ସେମାନ୍‍ଙ୍କୁ ଆଉ ଟଙ୍କା ନ ଦେଇ ସବୁ ଟଙ୍କା ଆଡଜଷ୍ଟ ହୋଇ ଗଲା ବୋଲି କହିଥିଲେ। ଏହି ଅଭିଯୋଗକାରିଣୀ ମାନେ ଆସି କେଉଁ ପରିସ୍ଥିତିରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ସେମାନଙ୍କ ସ୍ୱାମୀଙ୍କ ଆକାଉଣ୍ଟକୁ ଗଲା ସେ ବିଷୟରେ ପଚାରିବାରୁ ଶାଖା ପରିଚାଳକ କିଛି ଉତ୍ତର ଦେଇ ପାରି ନଥିଲେ। ଫଳରେ ୨୦ରୁ ଅଧିକ ମହିଳା ମାନେ ଆସି ଧାମରା ଠାରେ ଥିବା ୟୁକୋ ବ୍ୟାଙ୍କ ବାଂଶଡା ଶାଖାର ପରିଚାଳକଙ୍କୁ ଘେରି ଏହାର ଜବାବ ରଖିବା ପାଇଁ କହିଥିଲେ। ଆସନ୍ତା ସୋମବାର ଦିନ ଏହି ମହିଳା ମାନେ ବ୍ୟାଙ୍କ ଶାଖା ଆଗରେ ଅନଶନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏ ବାବଦରେ ଶାଖା ପରିଚାଳକଙ୍କ ସହ ଯୋଗା ଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ। ପରେ ଭଦ୍ରକ ଲିଡବ୍ୟାଙ୍କ ମ୍ୟାନେଜର ଏବାବଦରେ ନିଜର ମତ ରଖି କହିଥିଲେ ଏପରି କରିବା ଠିକ ନୁହେଁ କେଉଁ ପରିସ୍ଥିତିରେ ସ୍ତ୍ରୀ ଲୋକ ମାନଙ୍କ ଆକାଉଣ୍ଟରୁ ସେମାନଙ୍କ ସ୍ୱାମୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଗଲା ଏବଂ ଏହି କାଳିଆ ଟଙ୍କା କିପରି ଲୋନ ଏଡଜଷ୍ଟମେଣ୍ଟ କରାଗଲା ତାହାର ବିଦ୍ଧିବଦ୍ଧ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠନ ନିଆଯିବ। ଏହିପରି ଅନ୍ୟଜଣେ ଚାଷୀ ସଦାନନ୍ଦ ରାଉତଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ ଟଙ୍କା ଆସିଥିବା ବେଳେ ତାଙ୍କ ଅଜାଣତରେ ୫ହଜାର ଟଙ୍କା ତାଙ୍କ ଲୋନରେ ଆଡଜଷ୍ଟ ହୋଇଛି ବୋଲି ଶାଖା ପରିଚାଳକ କହିଥିଲେ। ଏହା ଏକ ବେନିୟମ କାର୍ଯ୍ୟ ବୋଲି ସଦାନନ୍ଦ ରାଉତ ଅଭିଯୋଗ କରିଥିବା ବେଳେ ଶାଖା ପରିଚାଳକ ତାଙ୍କ ର୍ଦୁବ୍ୟବହାର କରିଥିଲେ। ଫଳରେ ସଦାନନ୍ଦ ରାଗି ଯାଇ ନିଜର ବ୍ୟାଙ୍କ ପାଶବୁକ ଚିରିବା ସହ ଏବଂ ଏଟିଏମ୍ କାର୍ଡକୁ ଭାଙ୍ଗି ଦେଇଥିଲେ। ଆସନ୍ତା ସୋମବାରଦିନ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଘେରାଉ କରାଯିବ ସହିତ ବ୍ୟାଙ୍କକୁ ଅଚଳ କରିଦିଆଯିବ ବୋଲି ଅଞ୍ଚଳବାସୀ ବାଲେଶ୍ୱର ଜୋନାଲ ମ୍ୟାନେଜର ଏବଂ ଭଦ୍ରକ ଲିଡ ବ୍ୟାଙ୍କ ମ୍ୟାନେଜରଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଉଚ୍ଚ କର୍ତୃପକ୍ଷ ଉକ୍ତ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ବହିଷ୍କାର କରିବାକୁ ସେ ଦାବୀ କରିଛନ୍ତି।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories