www.samajalive.in
Saturday, December 6, 2025
23.1 C
Bhubaneswar

ମାଲେଗାଓଁ ବିସ୍ଫୋରଣରେ ନିର୍ଦୋଷ ପ୍ରମାଣିତ ହେବାରୁ ପୁରସ୍କୃତ; ଶ୍ରୀକାନ୍ତ ପୁରୋହିତ କର୍ଣ୍ଣେଲ ପାହ୍ୟାକୁ ଉନ୍ନୀତ

ନୂଆଦିଲ୍ଲୀ: ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ନିର୍ଦୋଷରେ ଖଲାସ ହେବାପରେ ଅନ୍ୟତମ ଅଭିଯୁକ୍ତ ତଥା ସ୍ଥଳସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ କର୍ଣ୍ଣେଲ ପାହ୍ୟାକୁ ପଦୋନ୍ନତି ମିଳିଥିବା ଜଣାପଡିଛି। ୨୦୦୮ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ରର ନାସିକ ଜିଲା ଅନ୍ତର୍ଗତ ମାଲେଗାଓଁରେ ବୋମା ବିସ୍ଫୋରଣ ଘଟି ୬ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପୁରୋହିତଙ୍କ ସମେତ ମୋଟ ସାତଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିଲା।

ତେବେ ଚଳିତବର୍ଷ ଜୁଲାଇ ୩୧ରେ ସ୍ବତନ୍ତ୍ର ଏନଆଇଏ ଅଦାଲତ ପ୍ରମାଣ ଅଭାବରୁ ସବୁ ଦୋଷୀଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ନିର୍ଦୋଷ ପ୍ରମାଣିତ ହେବାପରେ ସ୍ଥଳସେନା ପକ୍ଷରୁ ପୁରୋହିତଙ୍କୁ ପୁନଃନିଯୁକ୍ତି ଦିଆଯିବା ସହ କର୍ଣ୍ଣେଲ ପାହ୍ୟାକୁ ପଦୋନ୍ନତି ମିଳିଛି। ଅବଶ୍ୟ ନ୍ୟାୟ ପାଇବାକୁ ପୁରୋହିତଙ୍କୁ ଦୀର୍ଘ ବର୍ଷ ଧରି ଆଇନଗତ ଲଢେଇ ଲଢିବାକୁ ପଡିଥିଲା। ଏହି ଘଟଣାରେ ଖଳାସ ହୋଇଥିବା ଅନ୍ୟ ଦୋଷୀମାନେ ହେଲେ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ଅଜୟ ରାହିରକର, ସୁଧାକର ଦ୍ବିବେଦୀ, ସୁଧାକର ଚତୁର୍ବେଦୀ ଓ ସମୀର କୁଲକର୍ଣ୍ଣୀ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories