www.samajalive.in
Saturday, December 6, 2025
26.1 C
Bhubaneswar

ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ହିଂସା; ୪ ମୃତ, ୭୦ ଆହତ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଦାବିରେ ବୁଧବାର ଆନ୍ଦୋଳନ ହୋଇଛି। ଆନ୍ଦୋଳନବେଳେ ହିଂସାକାଣ୍ଡ ଘଟି ୪ଜଣଙ୍କର ମୃତ୍ୟୁ ହେବା ସହ ୭୦ରୁ ଅଧିକ ଆହତ ହୋଇଛନ୍ତି। ଏହା ସହିତ ବିକ୍ଷୋଭକାରୀମାନେ ପୁଲିସ ଗାଡି ସମେତ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ଲେହ ସହରରେ କର୍ଫ୍ୟୁ ଜାରି କରିଛନ୍ତି। ହିଂସା ସମୟରେ ଲଦାଖରେ ଥିବା ବିଜେପି କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ପୋଡି ଦେଇଛନ୍ତି। ବିକ୍ଷୋଭକାରୀଙ୍କ ଉପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଲାଠିମାଡ କରିଛି। ଲଦାଖକୁ ରାଜ୍ୟମାନ୍ୟତା ଦାବି କରି ଲେହ ଆପେକ୍ସ ବଡି (ଏଲଏବି) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏଲ୍‌ଏବିର ଅଧ୍ୟକ୍ଷ ଥୁପସ୍ତାନ ସ୍ବାଙ୍ଗ କହିଛନ୍ତି ଯେ ରାଜ୍ୟ ମାନ୍ୟତା ଦାବିରେ ସହିଦ ହୋଇଥିବା ଯୁବକଙ୍କ ପ୍ରାଣବଳିକୁ ବୃଥା ଯିବାକୁ ଦିଆଯିବ ନାହିଁ। ଲଦାଖକୁ ରାଜ୍ୟ ମାନ୍ୟତା ସହିତ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ସ୍ଥାନିତ କରିବା ଲାଗି ଆନ୍ଦୋଳନ ଜାରି ରହିବ। ସୂଚନାଯୋଗ୍ୟ ଲଦାଖ ଜାମ୍ମୁ-କାଶ୍ମୀରର ଏକ ଅଂଶ ଥିଲା। ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ସହିତ ରାଜ୍ୟକୁ ପୁନର୍ଗଠନ ପୂର୍ବକ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ପୁନର୍ଗଠନ ଦ୍ବାରା ସୃଷ୍ଟି ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ହେଲା ଜାମ୍ମୁ-କାଶ୍ମୀର ଓ ଲଦାଖ। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପ୍ରଦାନକୁ ଅଞ୍ଚଳବାସୀ ସ୍ବାଗତ କରିଥିଲେ। ମାତ୍ର ଏବେ ଏହାକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ଦାବି ଉଠାଇଛନ୍ତି।

ବୁଧବାର ହିଂସା ପୂର୍ବରୁ ଲଦାଖକୁ ରାଜ୍ୟମାନ୍ୟତା ଦାବିରେ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ ସେପ୍ଟେମ୍ବର ୧୦ରୁ ଅନଶନ ଆରମ୍ଭ କରିଥିଲେ। ୱାଙ୍ଗଚୁକ୍ ଶାନ୍ତି ଉପାୟରେ ଚଳାଇଥିବା ଅନଶନରେ ଆଉ କେତେକ ଲୋକ ସାମିଲ ହୋଇଥିଲେ। ଏହି ଅନଶନକୁ ନେଇ କେତେକ ଯୁବକ ହଠାତ୍‌ ଆନ୍ଦୋଳନ ଆରମ୍ଭ କରିଥିଲେ। ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇବା ପରେ ୱାଙ୍ଗଚୁକ୍ ତାଙ୍କ ଅନଶନ ଭଙ୍ଗ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କଥାବାର୍ତ୍ତା ଜାରି ରହିଛି ବୋଲି ୱାଙ୍ଗଚୁକ୍ କହିଛନ୍ତି ା ଏଥିସହ ଯୁବବର୍ଗ (ଜେନ୍‌-ଜେଡ୍‌)ଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ା

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories