www.samajalive.in
Monday, December 8, 2025
24.1 C
Bhubaneswar

୫ ସିମି ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍‍

ଭୋପାଳ : ମଧ୍ୟପ୍ରଦେଶର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ୫ ସିମି ଆତଙ୍କବାଦୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପୁଲିସ୍‍ ଉପରେ ମରଣାନ୍ତକ ଆକ୍ରମଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେମାନଙ୍କ ବିରୋଧରେ ମାମଲା ଚାଲିଥିଲା। କୋର୍ଟ ୪ଟି ପୃଥକ ପୃଥକ ଧାରାରେ ୫ ଆତଙ୍କବାଦୀଙ୍କୁ ଆଜୀବନ ଜେଲ ଏବଂ ୪ଟି ମାମଲାରେ ୨ ହଜାର ଟଙ୍କା ଲେଖାଏଁ ଜରିମାନା କରି ରାୟ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ ୨୦୧୩ ଡିସେମ୍ବର ୨୪ ସକାଳେ ସୋନ୍ଦୱାରେ ଏଟିଏସ୍‍ ପୁଲିସ୍‍ ସହ ସିମି ଆତଙ୍କବାଦୀଙ୍କ ସଂଘର୍ଷ ହୋଇଥିଲା। ଏଥିରେ ପୁଲିସ୍‍ ସିମି ମୁଖ୍ୟ ଅବୁ ଫୈଜଲ ଏବଂ ଇର୍ଫାନ ନାଗୋରୀକୁ ଗିରଫ କରିବାରେ ସଫଳ ହୋଇଥିଲା। ପଚରାଉଚୁରା ପରେ ଜଣାପଡିଥିଲା ଯେ ସାଦିକ ଏବଂ ଉମେର ନାମକ ଆତଙ୍କାବାଦୀ ଉଜୈନଠାରେ ଆତଙ୍କବାଦୀ ସଂଗଠନର ଅନ୍ୟ ସହଯୋଗୀଙ୍କୁ ଗୋଳା, ବାରୁଦ ଓ ବନ୍ଧୁକ ଯୋଗାଉଛନ୍ତି। ଏଥିରେ ତାଙ୍କୁ ଆତଙ୍କବାଦୀ ଜାଭେଦ ନାଗୌରୀ, ମୋ, ଅଦିଲ, ଅଜୁ ଅବଦୁଲ ୱାହିଦ. ସାଜିଦ୍‍ ସହଯୋଗ କରୁଥିଲେ। ପୁଲିସ୍‍ ସୂଚନା ଆଧାରରେ ଆଉ ୩ ଜଣ ସିମି ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ପ୍ରକାଶଯୋଗ୍ୟ ଯେ ଭାରତୀୟ ଇସଲାମିକ ଛାତ୍ର ଆନ୍ଦୋଳନ (ସିମି) ଏକ ନିଷେଧ ସଂଗଠନ। ଏହି ସଂଗଠନ ୧୯୭୭ରେ ଉତ୍ତରପ୍ରଦେଶ ଅଲ୍ଲୀଗଡ଼ରେ ବିସ୍ଫୋରଣ ଘଟାଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories