www.samajalive.in
Sunday, December 7, 2025
15.1 C
Bhubaneswar

ମୁହଁର ଦାଗ ଦୂର ଓ ଉଜ୍ୱଳ ପାଇଁ ପାଣିରେ ଏହି ଦ୍ରବ୍ୟ ମିଶାଇ ପିଅନ୍ତୁ

ସାଧାରଣତଃ ଲୋକେ ନିଜ ମୁହଁରେ ଥିବା ବିଭିନ୍ନ ଦାଗ ପାଇଁ ଖୁବ ଚିନ୍ତିତ ଅଟନ୍ତି। ଏହାକୁ ମୁହଁରୁ ଦୂର କରିବା ପାଇଁ ଭିନ୍ନ ଭିନ୍ନ ଦାମୀ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ନିଜର ପିଇବା ପାଣିରେ କିଛି ଦ୍ରବ୍ୟ ମିଶାଇ ପିଇବା ଦ୍ୱାରା ମୁହଁରେ ଥିବା ବିଭିନ୍ନ ଦାଗରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ତାହା କ’ଣ….
ଡ଼ାଲଚିନି –
ପାଣିରେ ଅଳ୍ପ ଡ଼ାଲଚିନି ଗୁଣ୍ଡ ପକାଇ ଏହାକୁ ଫୁଟାଇ ଦିଅନ୍ତୁ। ଏହା ପରେ ଏହାକୁ ଛାଣି ଦେଇ ପିଅନ୍ତୁ। ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିବା ସହ ମୁହଁ ଉଜ୍ୱଳ କରିଥାଏ।
ଲିଚୁ –
ପିଇବା ପାଣିରେ ଲିଚୁର ରସ ମିଶାଇ ପିଇବା ଦ୍ୱାରା ମଧ୍ୟ ଏହା ମୁହଁର ସମସ୍ତ ଦାଗକୁ ଦୂର କରିଥାଏ। ଏଥିରେ ଥିବା ଭିଟାମିନ ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ମୁହଁର ରଙ୍ଗ ଗୋରା କରିଥାଏ।
ମହୁ – ପିଇବା ପାଣିରେ ନିୟମିତ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମୁହଁ ଚର୍ମ ନରମ ହେବା ସହ ଚମକି ଥାଏ।
ପୁଦିନା ପତ୍ର-
ପୁଦିନା ପତ୍ରର ପାଣି ପିଇବା ଦ୍ୱାରା ପେଟ ସଫା ହୋଇଥାଏ। ରକ୍ତ ପରିଷ୍କାର କରିଥାଏ। ଫଳରେ ମୁହଁରେ ଦାଗ ଦୂର ହୋଇଥାଏ।
ଲେମ୍ବୁ ରସ –
ପିଇବା ପାଣିରେ କିଛି ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିବା ସହ ଦୂଷିତ ପଦାର୍ଥ ଶରୀରରୁ ବାହାର କରି ଦେଇଥାଏ। ଫଳରେ ମୁହଁର ଦାଗ ମଧ୍ୟ ଦୂର ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories