www.samajalive.in
Saturday, December 13, 2025
21.1 C
Bhubaneswar

ଆଧାରକୁ ନେଇ ଆସିଲା ବଡ ଅପଡେଟ୍‍

ସମାଜ ଡିଜିଟାଲ ଡେସ୍କ: ଇ-ଆଧାର ଓ ଫ୍ରି ବାୟୋମେଟ୍ରିକ୍‍ ଅପଡେଟ୍‍ ପରେ କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ସିଇଓ ଭୁବନେଶ୍ୱର କୁମାର ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ଏକ ନୂତନ ଆଧାର ଆପ୍‍ ଲଞ୍ଚ କରାଯିବ । ଆପର ଡେମୋ ପରୀକ୍ଷଣ ସମାପ୍ତ ହୋଇଛି ଏବଂ ଏହା ସଫଳ ମଧ୍ୟ ହୋଇଛି । ମୋବାଇଲ୍‍ ଆପ୍‍ ଯେକୌଣସି ସମୟରେ ଲଞ୍ଚ ହେବାର ଆଶା କରାଯାଉଛି । ଯାହା ବ୍ୟବହାରକାରୀଙ୍କୁ ଆଧାର ସମ୍ବନ୍ଧୀୟ ବିଭିନ୍ନ ଫିଚର୍ସ ପ୍ରଦାନ କରିବ ।
ସିଇଓ ଭୁବନେଶ୍ୱର କୁମାର କହିଛନ୍ତି ଯେ ମୋବାଇଲ୍‍ ଆପ୍‍ ଲଞ୍ଚ ହେବା ପରେ ଲୋକଙ୍କୁ ଆଉ ନିଜ ପକେଟ କିମ୍ବା ପର୍ସରେ ଆଧାର କାର୍ଡ ଫଟୋକପି ନେବାକୁ ପଡିବ ନାହିଁ । ଡିକେଏସ୍‍ ନାମକ ଏହି ଆପ୍‍ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଲଞ୍ଚ ହେବ । ଆପରେ ଏକ ମୋବାଇଲ ଅପଡେଟ୍‍ ଫିଚର୍ସ ଅନ୍ତର୍ଭୁକ୍ତ ହେବା ସହିତ ଏଥିରେ ଏକ ଅନନ୍ୟ ପରିଚୟ ସେୟାରିଂ ଫିଚର୍ସ ମଧ୍ୟ ରହିବ, କିନ୍ତୁ ବିବରଣୀ ସେୟାରିଂ କେବଳ ବ୍ୟବହାରକାରୀଙ୍କ ଅନୁମତି ସହିତ ହେବ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories