www.samajalive.in
Saturday, December 13, 2025
26.1 C
Bhubaneswar

ଅର୍ଜୁନ ପୁରସ୍କାର ବିଜେତା ବିଜୟ ଶତପଥୀଙ୍କ ପରଲୋକ

ଭୁବନେଶ୍ଵର: ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କର ପରଲୋକ ଘଟିଛି। ସୋମବାର ରାତି ୮ଟା ୪୦ ମିନିଟ୍ ସମୟରେ ବ୍ରହ୍ମପୁର ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

୧୯୮୨ ମସିହାରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ୧୯୭୭-୭୮ ରୁ ଓ ୧୯୮୨-୮୩ ପର୍ଯ୍ୟନ୍ତ ଭାରୋତ୍ତଳନରେ ପାଞ୍ଚ ଥର ଜାତୀୟ ଚାମ୍ପିଅନ ଏବଂ ଭାରତୀୟ ନୌସେନା ଏବଂ ଭାରତୀୟ ରେଳବାଇର ପ୍ରତିନିଧିତ୍ୱ କରିଥିଲେ। ସେ ୧୯୮୧ ଏବଂ ୧୯୮୩ ଏସୀୟ ଭାରୋତ୍ତଳନ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଥିଲେ। ତେବେ ତାଙ୍କ ପରଲୋକରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories