www.samajalive.in
Friday, December 5, 2025
26.1 C
Bhubaneswar

ଓଲା ଡ୍ରାଇଭର୍‌ ମୃତ୍ୟୁ ମାମଲା : ୪ ଗିରଫ

ଭୁବନେଶ୍ଵର : ଭୁବନେଶ୍ଵର ଓଲା ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ କମିଶନର ସ୍ପଷ୍ଟ କରିଛନ୍ତି । ଗିରଫ ୪ ଜଣ ଅଭିଯୁକ୍ତ ଗଜପତି ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ଥିବା ପୁଲିସ୍‌ କମିଶନର କହିଛନ୍ତି। ଅପହରଣ, ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଚାକିରି ଦେବାକୁ କହି ଏମାନଙ୍କଠାରୁ ଟଙ୍କା ଏବଂ ଡକ୍ୟୁମେଣ୍ଟ ନିଆଯାଇଥିଲା। ଟଙ୍କା ଏବଂ ଡକ୍ୟୁମେଣ୍ଟ ଫେରସ୍ତ ପାଇଁ ଏମାନେ ବିଦ୍ୟାଧରଙ୍କୁ କହୁଥିଲେ। ବିଦ୍ୟାଧର କିନ୍ତୁ ଧରାଛୁଆଁ ଦେଉନଥିଲେ। ତେଣୁ ସେ ଧରାଛୁଆଁ ନଦେବାରୁ ଏହି ଦୁର୍ବୁତ୍ତ ମାନେ ଗତ ୧୬ ତାରିଖରେ ବିଦ୍ୟାଧରଙ୍କୁ ଅପହରଣ କରିଥିଲେ। ବିଦ୍ୟାଧରଙ୍କ ନିଖୋଜ ନେଇ ପରିବାର ଲୋକେ ବଡଗଡ ଥାନାରେ ଅଭିଯୋଗ କରିଥିଲେ।

- Advertisement -

ପରେ ତାଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ ଏବଂ ମୁଣ୍ଡ ଜାମିନ ପାଇଁ ୨କୋଟି ଟଙ୍କା ମାଗିଥିଲେ । ଏନେଇ ବିଦ୍ୟାଧରଙ୍କ ମାମୁଁ ଥାନାରେ ଅଭିଯୋଗ କରିଥିଲେ। ତେବେ ଅପହରଣ ପରେ ଅଭିଯୁକ୍ତମାନେ ବିଦ୍ୟାଧରଙ୍କୁ ହତ୍ୟା କରିଥିଲେ। ଗତ ୨୦ ତାରିଖରେ ଚନ୍ଦକା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ପୁଲିସ୍‌ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories