ମେଷ: ବିପଦରେ ଇତର ନହୋଇ ପରିସ୍ଥିତିର ମୁକାବିଲା କରିବାକୁ ପଡିବ । ସଂଯମୀ ହେଲେ ସିଦ୍ଧିପ୍ରାପ୍ତ ହେବେ । ଏପରି କାର୍ଯ୍ୟ ନକରନ୍ତୁ ଯେଉଁଥିରେ କି ଉଜ୍ଜ୍ୱଳ ଭବିଷ୍ୟତର ଆଶା ଧୂଳିସାତ୍ ହେବ ।
ବୃଷ: କାମୀ ନହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କ ପାଖରେ ରହିଛି । ଜଣେ ସମାଜସେବୀ ଭାବେ ସମ୍ମାନିତ ହେବେ ।
ମିଥୁନ: ଲୁକ୍କାୟିତ ପ୍ରତିଭାକୁ ପବିତ୍ର ମନରେ ଲୋକଲୋଚନକୁ ଆଣିପାରନ୍ତି । ଆପଣଙ୍କ ଅତୁଟ ଭ୍ରାତୃବନ୍ଧନକୁ ଅନୁଧ୍ୟାନ କରି ଶତ୍ରୁ ଆପଣାଛାଏଁ ଅପସରି ଯିବ । ଋଣଦାତାଙ୍କ ଦୟାରୁ କେବଳ କିସ୍ତି ଦେଇ ଆଶ୍ୱସ୍ତ ହେବେ ।
କର୍କଟ: କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ । ସତ୍ପଥରେ ଜ୍ଞାନର ଦୀପ ଜଳାଇ ଜନସାଧାରଣଙ୍କ ଚଲାପଥକୁ ଆଲୋକିତ କରିପାରନ୍ତି । ପତିପ୍ରାଣା ପତ୍ନୀଙ୍କ ଉଦ୍ୟମରୁ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି ।
ସିଂହ: ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି । ଉଦାର ଚେତା, ଉଦାର ଚରିତ୍ର ଓ ଉଦାର ସ୍ୱଭାବସମ୍ପନ୍ନ ହେବେ । ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରିପାରନ୍ତି । ଶ୍ରେଷ୍ଠ ହେବେ ।
କନ୍ୟା: ଅତି ମାନଦ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ମହତ୍ କାର୍ଯ୍ୟର ପ୍ରୟାସୀ ହୋଇପାରନ୍ତି । ତେଜ, କ୍ଷମା, ଧୈର୍ଯ୍ୟ, ବାହ୍ୟ ଶୁଦ୍ଧି, କାହାରିଠାରେ ଶତ୍ରୁଭାବ ନରଖିବା ଭଳି ଗୁଣର ଆତ୍ମପ୍ରକାଶ ଘଟାଇ ପାରନ୍ତି ।
ତୁଳା: ଈର୍ଷାଠାରୁ ଦୂରେଇ ରହିବାକୁ ପଡିବ । ଆପଣଙ୍କଠାରେ ନିହିତ ଅମୃତମୟ ପ୍ରଭାବକୁ କୋଣ, ଅନୁକୋଣରେ ବିଛାଇ ଦେଇପାରନ୍ତି । ନିଜ କର୍ତ୍ତବ୍ୟ ମାର୍ଗରେ ଆରୁଢ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି ।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଅପେକ୍ଷା ଶୁଭ କାର୍ଯ୍ୟରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଆପଣଙ୍କ ମହନୀୟ କର୍ମ ସମୂହ ଆପଣଙ୍କୁ ଶ୍ରେଷ୍ଠାସନ ଦେଇପାରେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ ।
ଧୁନ: ଏକାନ୍ତ ସାଧନାରେ ସିଦ୍ଧି ପ୍ରାପ୍ତ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବେ । ଭାଷା ମଧୁର, ପ୍ରେମପୂର୍ଣ୍ଣ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି । ଦରିଦ୍ର ନାରାୟଣ ସେବାରେ ଧନ ବ୍ୟୟ କରି ଆନନ୍ଦ ଲାଭ କରିବେ ।
ମକର: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଆପଣଙ୍କ ମହନୀୟ ଆଦର୍ଶ ଦୃଷ୍ଟାନ୍ତମୂଳକ ହେବ । ମଧୁବ୍ୟୁହ ପରବର୍ତ୍ତୀ କାଳରେ ସମ୍ମାନ ହାନିର କାରଣ ହେବ ।
କୁମ୍ଭ: ପ୍ରତ୍ୟୁପନ୍ନ ମତିସମ୍ପନ୍ନ ହେବେ । ପ୍ରକୃତିର ବୈଚିତ୍ର୍ୟତା ଆପଣଙ୍କ ମନକୁ ସ୍ପର୍ଶ କରିପାରେ । ମହତରୁ ମହୀୟାନ୍ ବିବେକ, ବୃଦ୍ଧି, ଦୂରଦୃଷ୍ଟିସମ୍ପନ୍ନ ହୋଇପାରନ୍ତି । ଦ୍ୱେଷ ଭାବ ପରିତ୍ୟାଗ କରିଥିବାରୁ ଶାନ୍ତି ପ୍ରାପ୍ତ ହେବେ ।
ମୀନ: ଦୈବୀ ବଳରେ ବଳୀୟାନ୍ ହୋଇପାରନ୍ତି । ସଶକ୍ତ ଆତ୍ମବଳ ଆପଣଙ୍କୁ ସକଳ କ୍ଷେତ୍ରରେ ବିଜୟୀ କରିପାରେ । ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡିବ । ଜ୍ୟୋତିର୍ମୟୀ ପତ୍ନୀ, ପ୍ରେରଣାଦାୟୀ ହେବେ ।



