www.samajalive.in
Sunday, December 14, 2025
16.1 C
Bhubaneswar

ଅଭିନବ ଉପାୟରେ ଠକେଇ, ଡିଜେଲ କମ୍ ଦରରେ ଦେବା ବାହାନାରେ ଲୁଟି ନେଲେ ୪୭ ହଜାର ।

ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ପୁଣିଥରେ ଆଉ ଜଣେ ଲୋଭର ବଶବର୍ତ୍ତୀ ହୋଇ ୪୭ ହଜାର ଟଙ୍କା ହରାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମାର୍କେଟ ଦର‌ ଠାରୁ ୨ରୁ ୩ ଟଙ୍କା କମ୍ ଦରରେ ଡିଜେଲ ଦେବାକୁ କହି ଏପରି ଠକେଇ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ପନ୍ଦରା ସାହିର ଅଶୋକ କୁମାର ପ୍ରଧାନଙ୍କ ମୋବାଇଲ ଫୋନ୍ କୁ ଗତ ୧୪ ତାରିଖ ଅପରାହ୍ନ ସାଢେ଼ ୪ ଟା ବେଳେ ଏକ କଲ ଆସିଥିଲା । ଫୋନ କରିଥିବା ଯୁବକ ଜଣକ ଅଶୋକ ତାଙ୍କ ଫାର୍ମ ଓ ଗାଡ଼ି ପାଇଁ ଡିଜେଲ ୨/୩ ଟଙ୍କା କମ୍ ଦରରେ ବିଲ୍ ସହ ଯୋଗାଇ ଦେବେ ବୋଲି କହି ଗୋଳନ୍ଥରା ଠାରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପକୁ ଆସିବାକୁ କହିଥିଲେ । ଏଥିରେ ଅଶୋକ ଆଗ୍ରହ ଦେଖାଇ  ପେଟ୍ରୋଲ ପମ୍ପକୁ ଏକ ବେରେଲ ନେଇ ଯାଇଥିଲେ ।

ସେଠାରେ ପହଞ୍ଚିବା ପରେ ଫୋନ୍ ଯୋଗେ ଯୁବକ ଜଣକ ଡିଜେଲ ଭରିବାକୁ କହିବା ସହ ଫୋନ୍ ପେ ମାଧ୍ୟମରେ ୪୭ ହଜାର ଟଙ୍କା ପଠାଇବାକୁ କହିଥିଲେ । ସେ ଏହି ଟଙ୍କା ପମ୍ପ ମାଲିକ ଦେବେ ଯାହା ଫଳରେ ସେ ଡିଜେଲ ନେଇ ପାରିବେ ବୋଲି କହିଥିଲେ । ଏଥିରେ ଅଶୋକ ବିଶ୍ବାସ କରି ଫୋନ ପେ ରେ ୪୭ ହଜାର ଟଙ୍କା ଟ୍ରାନସଫର କରି ଦେଇଥିଲେ। ଅଶୋକ ସାଥିରେ ନେଇଥିବା ଜାର ରେ ଡିଜେଲ ଭରିବା ପରେ ପମ୍ପ କର୍ମଚାରୀ ଟଙ୍କା ମାଗିଥିଲେ । ଫଳରେ ଅଶୋକ ଯେଉଁ ମୋବାଇଲ କୁ ଟଙ୍କା ପଠାଇଥିଲେ, ତାକୁ କଲ କରିବା ବେଳେ ତାହା ସୁଇଚ ଅଫ ରହିଥିଲା । ଘଟଣା ନେଇ ପମ୍ପ କର୍ମଚାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ ପମ୍ପ କର୍ମଚାରୀ ଟଙ୍କା ଦେଲେ ଡିଜେଲ ନେଇ ପାରିବେ କହି ବେରେଲ ଦେଇ ନଥିଲେ ।  ଅଶୋକ ଠକାମୀ ର ଶିକାର ହୋଇଥିବା ଜାଣିପାରି ଗତ ୧୭ ତାରିଖରେ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories