www.samajalive.in
Saturday, December 13, 2025
26.1 C
Bhubaneswar

GST ସଂସ୍କାର ଦେଶର ବିକାଶକୁ ଆହୁରି ତ୍ବରାନ୍ବିତ କରିବ: ମୋଦୀ

ନୂଆଦିଲ୍ଲୀ: କାଲିଠୁ ଦେଶ ପାଳନ କରିବାକୁ ଯାଉଛି GST ସଂସ୍କାର ଉତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଏଣିକି ବିଦେଶୀ ସାମଗ୍ରୀ କ୍ରୟ କରିବାଠୁ ଆମକୁ ମୁକ୍ତି ମିଳିବ । ସମୟ ବଦଳିବା ସହ ଆବଶ୍ୟକତା ବଦଳିଛି । ସବୁ ଘରକୁ ସ୍ବଦେଶୀ ଯୁକ୍ତ କରାଇବାକୁ ପଡ଼ିବ । ଏଥିରେ ଗରିବ ଓ ମଧ୍ୟମ ବର୍ଗର ଲୋକେ ଉପକୃତ ହେବେ । ପରବର୍ତ୍ତି ପୀଢ଼ୀର ସଂସ୍କାର ମଧ୍ୟ ସମରୂପେ ଆବଶ୍ୟକ । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇଛି ।

୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟରେ ରଖାଯାଇଛି । ଆଜି ସବୁ ରାଜ୍ୟକୁ ସାଥିରେ ନେଇ ଜିଏସଟି ସଂସ୍କାର ସମ୍ଭବ ହୋଇଛି । ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ ଆଦି ବିଭିନ୍ନ ଜରୁରୀ ସାମଗ୍ରୀ ଉପରେ ମାତ୍ର 5% ଟିକସ ରହିବ । ଏହାର ଅର୍ଥ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଅଧିକ ସସ୍ତା ହେବ । ଗତ ୧୧ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଭାରତର ବିକାଶକୁ ଆହୁରି ତ୍ବରାନ୍ବିତ କରିବ । ଗରିବ ଲୋକଙ୍କୁ ଆଗରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା । ତେଣୁ ଭବିଷ୍ୟତକୁ ଆଖିରେ ରଖି ଏହି ସଂସ୍କାର ବ୍ୟବସ୍ଥା ଆପଣା ଯାଇଥିବା କହିଛନ୍ତି ମୋଦୀ ।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories