www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶାର ପ୍ରଥମ ଡିଜିଟାଲ ପ୍ରୋସେସ ବସ ଆଧାରିତ ୧୩୨ କେଭି ଗ୍ରୀଡ ସବଷ୍ଟେସନ ଉଦଘାଟିତ

ସମାଜ ଡିଜିଟାଲ ଡେସ୍କ: ବଲାଙ୍ଗୀର ଜିଲା ଆଗଲପୁରର ରାମପୁର ଅଞ୍ଚଳରେ ଓଡ଼ିଶାର ପ୍ରଥମ ଡିଜିଟାଲ ପ୍ରୋସେସ ବସ ଆଧାରିତ ୧୩୨/୩୩ କେଭି ଗ୍ରୀଡ ସବଷ୍ଟେସନ ନିର୍ମାଣ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସବଷ୍ଟେସନକୁ ଉଦଘାଟନ କରିଛନ୍ତି। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏହି ଅବସରରେ ଉପସ୍ଥିତ ଥିଲେ। ଏମ୍ପାଓ୍ବାରଟ୍ରାନ୍ସ କମ୍ପାନୀ ଦ୍ଵାରା ଓପିଟିସିଏଲ ପାଇଁ ନିର୍ମିତ ଏହି ଆଧୁନିକ ସୁବିଧା ଭାରତର କୌଣସି ଷ୍ଟେଟ ଟ୍ରାନ୍ସମିସନ ୟୁଟିଲିଟି(ଏସଟିୟୁ) ଦ୍ଵାରା ପ୍ରଥମ।

ଏହି ଅବସରରେ ଏମ୍ପାଓ୍ବାରଟ୍ରାନ୍ସ କମ୍ପାନୀର ପରିଚାଳନା ନିର୍ଦେଶକ ଅସିତ ପ୍ରଧାନ କହିଥିଲେ, ଆଗଲପୁର ସବଷ୍ଟେସନଟି ଶକ୍ତି ପ୍ରଣାଳୀର ଡିଜାଇନ, ନିରୀକ୍ଷଣ ଓ ନିୟନ୍ତ୍ରଣ ପ୍ରଣାଳୀରେ ଗୁରୁତ୍ଵପୂର୍ଣ୍ଣ ଦୃଷ୍ଟାନ୍ତ। ପାରମ୍ପରିକ ସବଷ୍ଟେସନଠାରୁ ଆଗଲପୁର ସବଷ୍ଟେସନ ଭିନ୍ନ। ଏଥିରେ ପ୍ରୋସେସ ବସ୍ ଆର୍କିଟେକ୍ଚର ବ୍ୟବହାର ହୋଇଛି। ଯେଉଁଥିରେ ଉପକରଣ ପାଖରେ ଥିବା ଡିଜିଟାଲ ସେନସର, ଫାଇବର ଅପ୍ଟିକ୍ସ କମ୍ୟୁନିକେସନ ନେଟଓ୍ବର୍କ ଏବଂ ସ୍ଵୟଂକ୍ରିୟ ବୁଦ୍ଧିମତ୍ତା ବ୍ୟବସ୍ଥା ସମ୍ମିଳିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories