www.samajalive.in
Saturday, December 13, 2025
26.1 C
Bhubaneswar

ଗଞ୍ଜାମରେ ହେବ ଗ୍ରୀନ ଫିଲ୍ଡ ସାଟେଲାଇଟ ବନ୍ଦର, କେନ୍ଦ୍ରାପଡ଼ାରେ ଜାହାଜ ନିର୍ମାଣ କ୍ଲଷ୍ଟର

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲାର ବାହୁଦା ମୁହାଣଠାରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ସାଟେଲାଇଟ ବନ୍ଦର। ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ୧୫୦ ମିଲିଅନ ମେଟ୍ରିକ ଟନ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ବନ୍ଦର ନିର୍ମାଣ କରାଯିବ। ଏଥିଲାଗି ପାରାଦ୍ଵୀପ ବନ୍ଦର, ଓଡ଼ିଶା ସାମୁଦ୍ରିକ ପରିଷଦ ଏବଂ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି। ଗୁଜରାଟର ଭାବନଗରଠାରେ ଅନୁଷ୍ଠିତ ଟ୍ରାନ୍ସଫର୍ମିଂ ମାରିଟାଇମ ସେକ୍ଟର କନକ୍ଲେଭରେ ଏହି ଚୁକ୍ତି ସ୍ଵାକ୍ଷର ହୋଇଛି।

ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶା ଏକ ପ୍ରମୁଖ ସାମୁଦ୍ରିକ ରାଜ୍ୟ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ଓ ମାରିଟାଇମ ଇଣ୍ଡିଆ ଭିଜନ-୨୦୩୦କୁ ଦୃଷ୍ଟିରେ ରଖି ରାଜ୍ୟରେ ସାମୁଦ୍ରିକ ଓ ଅନ୍ତର୍ଦେଶୀୟ ଜଳପଥ ପହରିବହନର ବିକାଶ, ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ରାଜ୍ୟ ରୂପେ ପରିଗଣିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଦେଉଛନ୍ତି। ସେହିଭଳି ଓଡ଼ିଶାକୁ ଜାହାଜ ନିର୍ମାଣ କ୍ଷେତ୍ରରେ ବିଶ୍ଵସ୍ତରୀୟ କେନ୍ଦ୍ର ରୂପେ ପରିଣତ କରିବା ତଥା ୨୦୪୭ ସୁଦ୍ଧା ଭାରତକୁ ବିଶ୍ଵର ଶୀର୍ଷ ୫ଟି ଜାହାଜ ନିର୍ମାଣକାରୀ ଦେଶ ମଧ୍ୟରେ ସ୍ଥାନ ପ୍ରଦାନ କରିବା, ବ୍ୟାପକ ନିଯୁକ୍ତି ସୃଷ୍ଟି, ଅନ୍ତର୍ଜାତୀୟ ନିବେଶକାରୀଙ୍କୁ ଆକର୍ଷିତ କରିବା ଲାଗି ସରକାର ଯୋଜନା କରିଛନ୍ତି। ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାରେ ମହାନଦୀର ଉତ୍ତର କୂଳରେ ଏକ ଜାତୀୟ ଜାହାଜ ନିର୍ମାଣ କ୍ଲଷ୍ଟର ବିକାଶ କରିବା ଲାଗି ପାରାଦ୍ଵୀପ ବନ୍ଦର ଏବଂ ଓଡ଼ିଶା ସାମୁଦ୍ରିକ ପରିଷଦ ମଧ୍ୟରେ ଦ୍ଵିପାକ୍ଷିକ ବୁଝାମଣା ସ୍ଵାକ୍ଷରିତ ହୋଇଛି। ଏହି କ୍ଲଷ୍ଟର ପ୍ରତିବର୍ଷ ୧.୦ ରୁ ୧.୨ ନିୟୁତ ଟନ କ୍ଷମତାର ବଡ଼ ଜାହାଜ ନିର୍ମାଣ, ଗବେଷଣା ଓ ଉନ୍ନୟନ କେନ୍ଦ୍ର ସହ ସହାୟକ ଶିଳ୍ପ ଗଠନ ଓ ପ୍ରଶିକ୍ଷଣ ସୁବିଧା ତଥା ସାମାଜିକ ବିକାଶରେ ସହାୟକ ହେବ।

- Advertisement -

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବନ୍ଦର ଭିତ୍ତିକ ଶୁଳ୍ପ ତଥା ସୁଗମ ଜଳପଥ ପରିବହନ ବିକାଶ ପାଇଁ ପାରାଦ୍ଵୀପଠାରେ ଏକ ବୃହତ୍ ବନ୍ଦର, ଧାମରା ଓ ଗୋପାଳପୁରଠାରେ ୨ଟି ଅଣବୃହତ ବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ସୁବର୍ଣ୍ଣରେଖା ମୁହାଣ ଓ ଅସ୍ତରଙ୍ଗଠାରେ ଦୁଇଟି ଅଣବୃହତ ବନ୍ଦର ପ୍ରତିଷ୍ଠା ଲାଗି କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ଗ୍ରୀନ ଫିଲ୍ଡ ସାଟେଲାଇଟ ବନ୍ଦର ଓ ଜାହାଜ ନିର୍ମାର କ୍ଲଷ୍ଟର ବିକାଶ ପାଇଁ ସ୍ଵାକ୍ଷର ହୋଇଥିବା ଦୁଇଟି ଚୁକ୍ତି  ଭାରତବର୍ଷରେ ଓଡ଼ିଶାକୁ ସାମୁଦ୍ରିକ ଭତ୍ତିଭୂମି ବିକାଶ ସହ ବିଶ୍ଵସ୍ତରୀୟ ଜାହାଜ ନିର୍ମାଣ କେନ୍ଦ୍ର ରୂପେ ପରିଗଣିତ କରିବାରେ ସହାୟକ ହେବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories