www.samajalive.in
Saturday, December 6, 2025
16.1 C
Bhubaneswar

୨୫ରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ଵର: ଭୁବନେଶ୍ଵର ଫିଲ୍ମ ସୋସାଇଟି ତରଫରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୨୫ ତାରିଖରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ୪ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବର୍ଲିନ, ସଣ୍ଡାନ୍ସ, ରଟରଡାମ, ଥିରୁଭାନନ୍ଥପୂରମ, ବୁସାନ ଓ ନ୍ୟୁୟର୍କରେ ଆୟୋଜିତ ବିଶ୍ଵର ପ୍ରସିଦ୍ଧ ଚଳଚ୍ଚିତ୍ର ଉତ୍ସବଗୁଡ଼ିକରେ ପ୍ରଶଂସା ସାଉଁଟିଥିବା ୪୦ଟି ବୃତ୍ତଚିତ୍ର ପ୍ରଦର୍ଶିତ ହେବ।

ଏହି ଉତ୍ସବରେ ୧୪ ଥର ଜାତୀୟ ପୁରସ୍କାର ବିଜେତା ପଦ୍ମଶ୍ରୀ ଗିରିଶ୍ କସରାଭଲ୍ଲିଙ୍କ ଡକ୍ୟୁମେଣ୍ଟାରୀ ଉପରେ ଏକ ବିଶେଷ ପୁନର୍ଦୃଷ୍ଟି ହେବ। ପଦ୍ମଶ୍ରୀ କସରାଭଲ୍ଲି ନିଜେ ଉତ୍ସବରେ ଉପସ୍ଥିତ ରହିବେ। ଅଡୁର ଗୋପାଳକୃଷ୍ଣନ, ଉ. ର. ଅନନ୍ତମୂର୍ତ୍ତି ଏବଂ ସଂଗୀତକାର ଭେଙ୍କଟେଶ୍ କୁମାରଙ୍କ ଉପରେ ତିନୋଟି ବୃତ୍ତଚିତ୍ର ପ୍ରଦର୍ଶନ କରାଯିବ।

- Advertisement -

ଉତ୍ସବରେ ଦଷିଣ-ଏସିଆ (ଆଫଗାନିସ୍ତା, ଭୁଟାନ୍ ଓ ନେପାଳ)କୁ କେନ୍ଦ୍ରିତ କରିଥିବା ଫିଲ୍ମଗୁଡ଼ିକ ପ୍ରଦର୍ଶନ କରାଯିବ। ଉଦୀୟମାନ ଚଳଚ୍ଚିତ୍ର ନିର୍ମାତା ପ୍ରାଚୀ ବଜାନିଆ ଓ ଚିତ୍ରାଙ୍ଗଦା ଚୌଧୁରୀ, ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା  ରଣଜିତ୍ ରାୟ, ପ୍ରଫେସର ମୋଇନାକ୍ ବିଶ୍ଵାସ (ଯାଦବପୁର ବିଶ୍ଵବିଦ୍ୟାଳୟ) ପ୍ରମୁଖ ଉପସ୍ଥିତ ରହିବେ।

ଯୁବ ବୁନ୍ଦେଲଖଣ୍ଡି ରାପରଙ୍କ ଉପରେ କଲ୍ଲୋଳ ମୁଖାର୍ଜୀଙ୍କ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘Mic Drop’, ରଞ୍ଜନ କାଥେଟ ଓ ସୁନିର ପାଣ୍ଡେଙ୍କ ଧୋରପାଟନ, Déjà vu ଭଳି ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories