www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦୁଝରରେ କମିଶନରେଟ ପୁଲିସ: ଶୁଭମିତ୍ରା ହତ୍ୟା ମାମଲାରେ ଜେସିବି ଡ୍ରାଇଭର ଓ ମାଲିକଙ୍କୁ ଜେରା

ସମାଜ ଡିଜିଟାଲ ଡେସ୍କ: କନଷ୍ଟେବଳ ସୁଭମିତ୍ରା ହତ୍ୟା ମାମଲାର ତଦନ୍ତ ପାଇଁ କେନ୍ଦୁଝରରେ ପହଞ୍ଚିଛି କମିଶନରେଟ ପୁଲିସ। ଶନିବାର କମିଶନରେଟ ପୁଲିସର ଏକ ଟିମ୍ କେନ୍ଦୁଝରର ଘଟଗାଁ ଅଞ୍ଚଳକୁ ଯାଇ ତଦନ୍ତ କରିଛି। ଶୁଭମିତ୍ରାଙ୍କ ମୃତଦେହ ପୋତିବା ଲାଗି ଯେଉଁ ଜେସିବି ସାହାଯ୍ୟରେ ଗାତ ଖୋଳାଯାଇଥିଲା ତାହାର ଡ୍ରାଇଭର ଏବଂ ମାଲିକକୁ ପୁଲିସ ଜେରା କରିଥିବା ସୂଚନା ମିଳିଛି। ଏହି ହତ୍ୟା ମାମଲାରେ ଜେସିବି ଡ୍ରାଇଭର ଓ ମାଲିକଙ୍କ ଭୂମିକା କ’ଣ ରହିଛି ତାହାର ଖୋଳତାଡ଼ କରୁଛି ପୁଲିସ।

ସୂଚନା ଅନୁସାରେ, ପୁଲିସ କମିଶନରଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ବିଭାଗରେ କିରାଣି ଭାବେ କାର୍ଯ୍ୟ କରୁଥିବା ଦୀପକ ରାଉତ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ। ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ଶୁଭମିତ୍ରାଙ୍କୁ ହତ୍ୟା ପରେ ଅଭିଯୁକ୍ତ ଦୀପକ ମୃତଦେହକୁ ଘଟଗାଁ ନେଇ ସେଠାରେ ଏକ ଜଙ୍ଗଲ ଅଞ୍ଚଳରେ ଗାତ ଖୋଳି ପୋତି ଦେଇଥିଲା। ପୂର୍ବ ଯୋଜନା ମୁତାବକ ଦୀପକ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ଘଟଣାରେ ତା’ର ଦୁଇ ସହଯୋଗୀକୁ ବି ପୁଲିସ ଗିରଫ କରିଥିଲା। ତେବେ ହତ୍ୟାକାଣ୍ଡରେ ଜେସିବି ଡ୍ରାଇଭର ଓ ମାଲିକର ବି ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ କରୁଛି ପୁଲିସ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories