www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା ମଝିରେ ଅଟକିଲା ଆମ୍ବୁଲାନ୍ସ, ଛଟପଟ ରୋଗୀ

ପାଟଣାଗଡ: ରାସ୍ତା ମଝିରେ ଅଚଳ ଆମ୍ବୁଲାନ୍ସ। ରୋଗୀ ନେଇ ଯାଉଥିବାବେଳେ ଅଧା ବାଟରେ ଆମ୍ବୁଲାନ୍ସଟି ଅଚଳ ହୋଇପଡିଛି। ବଲାଙ୍ଗୀର ଜିଲ୍ଲା ବେଲପଡା ଅଞ୍ଚଳର ବିଷ୍ଣୁ ବୁଡେକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା। ହେଲେ ଗୋଟେ କିଲୋମିଟର ଯିବା ପରେ ଭରୁଆମୁଣ୍ଡା ଗାଁ ପାଖରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଆଉ ଷ୍ଟାର୍ଟ ହୋଇନଥିଲା। ଫଳରେ ରୋଗୀ ଜଣକ ଅଧାରାସ୍ତାରେ ଛଟପଟ ହୋଇଥିଲେ। ବାଧ୍ୟ ହୋଇ ପରିବାର ଲୋକେ ବିଷ୍ଣୁଙ୍କୁ ଭଡା ଗାଡି କରି ହସ୍ପିଟାଲକୁ ନେଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories