www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ଦ ଘରର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ 

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ କମଳାପୁର ଗ୍ରାମର ଜଣେ ବୃଦ୍ଧାଙ୍କ ଘରୁ କେହି ନଥିବା ସମୟରେ ଘରର ତାଲା ଭାଙ୍ଗି ଆଲମାରୀରେ ଥିବା ଟଙ୍କା ଓ ସୁନା ଦୁର୍ବୃତ୍ତ ମାନେ ନେଇ ଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ କମଳାପୁର ଗ୍ରାମର ଟି.ଭାରତୀ ଚଳିତ ମାସ ୬ ତାରିଖରେ କୌଣସି କାମରେ ବାହାରକୁ ଯାଇଥିଲେ । ପ୍ରତିଦିନ ତାଙ୍କ ସମ୍ପର୍କୀୟ ଲୋକ ଘରକୁ ଦେଖା ଚାଁହା କରି ଆସୁଥିଲେ ।
ଗୁରୁବାର ଘରର ଗ୍ରିଲ ଭଙ୍ଗା ଯାଇଥିବା ତାଙ୍କ ପୁତୁରା ଜାଣିବାକୁ ପାଇ ଥିଲେ  । ପରେ ଭିତରକୁ ଯାଇ ଦେଖିବା ପରେ ଦୁର୍ବୃତ୍ତ ମାନେ ଘରେ ଭିତରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ଦେଢ ତୁଳା ସୁନା ଓ ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇ ଥିବା ଜଣାପଡିଥିଲଶ ।  ଶୁକ୍ରବାର ଭାରତୀ ଚୋରି ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ଅଭିଯୋଗ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories