www.samajalive.in
Monday, December 8, 2025
13.1 C
Bhubaneswar

ସୁଭଦ୍ରା ୩ୟ କିସ୍ତିରୁ ବାଦ୍‍ ପଡିଛନ୍ତି ଏତିକି ଲକ୍ଷ

ସମାଜ ଡିଜିଟାଲ ଡେସ୍କ: ସୁଭଦ୍ରାର ୩ୟ କିସ୍ତିରୁ ବାଦ ପଡିଛନ୍ତି ୩ଲକ୍ଷ ୯୯ହଜାର ୩୫୨ଜଣ ହିତାଧିକାରୀ । ଏନେଇ ଆଜି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ୨ୟ କିସ୍ତିରୁ ୧ଲକ୍ଷ ୮୩ହଜାର ୭୮୫ଜଣ ବାଦ ପଡିଥିବା ବେଳେ ସୁଭଦ୍ରାର ପ୍ରଥମ କିସ୍ତିରେ ୧କୋଟି ୮୦ହଜାର ୯୨ଜଣ ପାଇଛନ୍ତି । ୨ୟ କିସ୍ତିରେ ୧କୋଟି ୯୬ହଜାର ୩୦୭ ଜଣ ପାଇଛନ୍ତି । ୩ୟ କିସ୍ତି ପାଇଛନ୍ତି ୯୬ଲକ୍ଷ ୯୬ହଜାର ୯୫୫ଜଣ । ମୋଟ୍‍ ୧କୋଟି ୯ଲକ୍ଷ ୮୭ହଜାର ୮୯୪ଜଣ ଆବେଦନ କରିଥିଲେ ।
ସେପଟେ ଭୁବନେଶ୍ୱରରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର । ଆଗାମି ଦିନରେ ପ୍ରତ୍ୟେକ ଜିଲାରେ ସୁଭଦ୍ରା ଶକ୍ତି ବଜାର ଖୋଲିବ । ଏନେଇ ବିଧାନସଭାରେ ଆଜି ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ତ୍ରୀ କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡିକୁ ବଜାରୀକରଣ ହେବ । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୩୬ହଜାର ଲକ୍ଷପତି ଦିନି ସୃଷ୍ଟି କରିଛନ୍ତି । ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ, ତେଣୁ ରାଉରକେଲାରେ କୌଣସି ଲକ୍ଷପତି ଦିଦି ଚିହ୍ନଟ ହୋଇନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories