www.samajalive.in
Saturday, December 6, 2025
19.1 C
Bhubaneswar

ଦୁର୍ଘଟଣାରେ ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ

ମୁମ୍ବଇ: ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଲିଉଡର ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ଜୁବିନ ଗର୍ଗ ପ୍ରାଣ ହରାଇଥିବା ଜଣାପଡିଛି। ଆସନ୍ତା ୨୦ ଓ ୨୧ରେ ଅନୁଷ୍ଠିତ ହେବାକୁ ଥିବା ‘ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିବାକୁ ୫୨ ବର୍ଷୀୟ ଜୁବିନ ସିଙ୍ଗାପୁର ଯାଇଥିଲେ। ଶୁକ୍ରବାର ସମୁଦ୍ରରେ ସ୍କୁବା ଡାଇଭିଂ କରୁଥିବାବେଳେ ଜୁବିନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସ୍କୁବା ଡାଇଭିଂ ସମୟରେ ଜୁବିନ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ ବୋଲି ଏହି ଫେଷ୍ଟିଭାଲର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଜୁବିନଙ୍କ ମୃତ୍ୟୁରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କେନ୍ଦ୍ର ମନ୍ତ୍ରୀ ପବିତ୍ରା ମାର୍ଗାରିଟା ଗଭୀର ଶୋକପ୍ରକାଶ କରିଛନ୍ତି। ଆସାମ ତାହାର ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ବିଶ୍ବଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜୁବିନ ହିନ୍ଦୀ, ଅହମିଆ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଇମ୍ରାନ ହାସ୍‌ମି ଓ କଙ୍ଗନା ରାଣାୱତ ଅଭିନୀତ ‘ଗ୍ୟାଙ୍ଗଷ୍ଟର’ ଚଳଚ୍ଚିତ୍ରରେ ସେ ଗାଇଥିବା ‘ୟା ଅଲ୍ଲୀ’ ଗୀତ ଏବଂ ‘କ୍ରିସ୍‌-୩’ରେ ଗାଇଥିବା ‘ଦିଲ୍‌ ତୁ ହି ବତା’ ଗୀତକୁ ଶ୍ରୋତା ବେଶ ପସନ୍ଦ କରିଥିଲେ। ଗୀତ ଗାଇବା ବ୍ୟତୀତ ସେ କାଞ୍ଚନଜଙ୍ଘା, ମିଶନ ଚାଇନା, ଦୀନବନ୍ଧୁ ଓ ମୋନ୍‌ ଜାଏ ଭଳି ଏକାଧିକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବା ସହ ନିର୍ଦେଶନା ମଧ୍ୟ ଦେଇଛନ୍ତି। ୨୦୨୨ରେ ଜୁବିନ ଆସାମର ଦିବ୍ରୁଗଡରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇପଡିଥିଲେ। ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଗୁଆହାଟୀ ଅଣାଯାଇ ଏକ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories