www.samajalive.in
Saturday, December 6, 2025
19.1 C
Bhubaneswar

ମାରୁତିର ଏହି କାର୍ ଏବେ ଦେଶର ସବୁଠୁ ଶସ୍ତା କାର୍, ଦାମ୍ ମାତ୍ର…

ଭୁବନେଶ୍ବର, ୧୯ା୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ନିଜ ଏରିନା ଏବଂ ନେକ୍ସା ଡିଲରସିପରେ ବିକ୍ରି ହେଉଥିବା ସମସ୍ତ କାରର ନୂଆ ଦାମ୍ ଘୋଷଣା କରିଛି। କମ୍ପାନୀ ଗ୍ରାହକଙ୍କ ଉପହାର ଦେଇ ଦାମ୍ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି। ଏହା ପରେ ଏସ-ପ୍ରେସୋର ଦାମ୍ ଅଲ୍ଟୋ କେ-୧୦ଠୁ ମଧ୍ୟ ଶସ୍ତା ହୋଇଯାଇଛି। ଏହି ମାଇକ୍ରୋ ଏସୟୁଭିର ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ଏବେ ୩,୪୯,୯୦୦ ଟଙ୍କା ହୋଇଛି। ଅଲ୍ଟୋର ନୂଆ ଦାମ୍ ଏହାଠୁ ୨୦ ହଜାର ଟଙ୍କା ଅଧିକ ରହିଛି।

ଏହି କାରରେ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍ ମିଳିଥାଏ ଯାହା ୬୮ପିଏସର ପାଓ୍ବର ଓ ୮୯ ଏନଏମର ଟର୍କ ଉତ୍ପନ କରିଥାଏ। ଇଞ୍ଜିନ୍ ସହିତ ଏଥିରେ ୫ ସ୍ପିଡ୍ ଟ୍ରାନ୍ସମିଶନ ଷ୍ଟାଣ୍ଡାର୍ଡ ରହିଛି, ଯଦିଓ ଏହାର ଏଏମଟି ଗିୟରବକ୍ସର ବିକଳ୍ପ ମଧ୍ୟ ରହିଛି। ଏହି ଇଞ୍ଜିନ୍ ସହିତ ସିଏନଜି କିଟର ବିକଳ୍ପ ମଧ୍ୟ ମିଳୁଛି। ସିଏନଜି ମୋଡରେ ଏହି ଇଞ୍ଜିନ୍ ୫୬.୬୯ ପିଏସର ପାଓ୍ବର ଓ ୮୨.୧ ଏନଏମର ଟର୍କ ଉତ୍ପନ କରିଥାଏ। ଏହା ସହିତ କେବଳ ୫ ସ୍ପିଡ୍ ମାନୁଆଲ ଗିୟରବ୍କସ ବିକଳ୍ପ ମଧ୍ୟ ଦେଉଛି କମ୍ପାନୀ। ମାରୁତି ଏସ ପ୍ରେସୋର ମାଇଲେଜ୍ ପେଟ୍ରୋଲ ମାନୁଆଲ ଭାରିଆଣ୍ଟରେ ୨୪ କିଲୋମିଟର ପ୍ରତି ଲିଟର ଥିବାବେଳେ ସିଏନଜି ଭାରିଆଣ୍ଟରେ ୩୨.୭୧ କିଲୋମିଟର ପ୍ରତି କିଲୋଗ୍ରାମ ରହିଛି।

- Advertisement -

କାରରେ ଆପଲ କାରପ୍ଲେ ଓ ଆଣ୍ଡ୍ରଏଡ୍ ଅଟୋ କନେକ୍ଟିଭିଟି ବିଶିଷ୍ଟ ୭ ଇଞ୍ଚର ଇନଫୋଟେଣ୍ଟମେଣ୍ଟ ସିଷ୍ଟମ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଫ୍ରଣ୍ଟ ପାଓ୍ବର ଓ୍ବିଣ୍ଡୋ ଓ କି-ଲେସ୍ ଏଣ୍ଟ୍ରି ଷ୍ଟାବିଲିଟି ପ୍ରୋଗ୍ରାମ, ହିଲ୍ ହୋଲ୍ଡ ଆସିଷ୍ଟ, ଇଲେକ୍ଟ୍ରିକ୍ ଆଡଜଷ୍ଟେବଲ ଓଆରଭିଏମ୍ ଓ କ୍ୟାବିନରେ ଏୟାର ଫିଲ୍ଟର ଭଳି ଫିଚର୍ ଦେଖିବାକୁ ମିଳିବ। ସେଫ୍ଟି ପାଇଁ ଏଥିରେ ଡୁଆଲ ଏୟାରବ୍ୟାଗ୍ ମିଳିବ। ଖୁବ ଶୀଘ୍ର କମ୍ପାନୀ ଏଥିରେ ୬ ଏୟାରବ୍ୟାଗ୍ ଷ୍ଟାଣ୍ଡାର୍ଡ ରୂପେ ଅପଡେଟ୍ କରିବ। ପୂର୍ବରୁ ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୪.୨୬ ଲକ୍ଷ ଟଙ୍କା ଥିଲା। ଏବେ ଏହାର ବେସ୍ ଭାରିଆଣ୍ଟ ୭୬ ହଜାର ଟଙ୍କା ଶସ୍ତା ହୋଇଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories