www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି କଙ୍ଗାରୁ କୋର୍ଟ – ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ଉଲଗ୍ନ କରି ଗାଁ ରାସ୍ତା​‌ରେ ବୁଲାଇଲେ ସ୍ବାମୀ

ବଡ଼ଗାଁ :ପରକୀୟା ପ୍ରୀତି ସନ୍ଦେହରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକରେ ଅଭାବନୀୟ ଘଟଣା ଘଟିଛି । କଙ୍ଗାରୁ କୋର୍ଟର ନିଷ୍ପତ୍ତି ପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ବଡ଼ଗାଁ ବ୍ଲକ ଟିମନା ପଞ୍ଚାୟତ ବିରିମୁଣ୍ଡା ଗ୍ରାମର ଏହି ଅଭାବନୀୟ ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ତେବେ ଏହି ଘଟଣା ବିଷୟରେ ପୀଡିତା ଚୁପ୍‌ ଥିବା ବେଳେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

ଘଟଣା ଅନୁଯାୟୀ ବିରିମୁଣ୍ଡା ଗ୍ରାମର ଜଣେ ବିବାହିତାଙ୍କ ସହ ଭାଲୁମୁଣ୍ଡା ଗ୍ରାମର ଜଣେ ଅବିବାହିତ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲାା ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ କରୁଥିବା ସୁଯୋଗ ନେଇ ଯୁବକଜଣକ ଗତ ଚାରିଦିନ ହେଲା ମହିଳାଙ୍କ ଘରେ ରହିଥିଲୋ ଯାହାଫଳରେ ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

- Advertisement -

ଗ୍ରାମବାସୀ ପରକୀୟା ପ୍ରୀତିରେ ସମ୍ପୃକ୍ତ ରହିଥିବା ମହିଳା ଓ ଯୁବକଙ୍କୁ ଧରି ଗ୍ରାମରେ ବୈଠକ ଡାକିଥିଲେ । ବୈଠକରେ ଉଭୟ ପକ୍ଷ ପରକୀୟା ପ୍ରୀତିକୁ ସ୍ବୀକାର କରିବା ପରେ ଘଟଣାର ସମାଧାନ ହୋଇଥିଲା । ତେବେ ଗତ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରୁ ଫେରି ତାଙ୍କ ପତ୍ନୀଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ମାଡ଼ ମାରି ବୁଲାଇଥିଲେ । ତେବେ ଏ ସମସ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ମହିଳାଙ୍କୁ ମାଡ଼ ମାରିଥିବା ସ୍ବାମୀ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା ମଧ୍ୟ କରିଛନ୍ତି । ତେବେ ଘଟଣା ବିଷୟରେ କୌଣସି ସ୍ଥାନରେ ଅଭିଯୋଗ ହୋଇ ନ ଥିବା ପ୍ରକାଶା ଘଟଣା ବିଷୟରେ ବଡ଼ଗାଁ ଥାନାରେ କୌଣସି ସୂଚନା ନ ଥିବା ବଡ଼ଗାଁ ଥାନା ଅଧିକାରୀ ବାଲୁଙ୍କେଶ୍ବର ନାଏକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କଙ୍ଗାରୁ କୋର୍ଟକୁ ନେଇ ଗାଁ ଲୋକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁନାହାନ୍ତି ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories