www.samajalive.in
Sunday, December 14, 2025
26.1 C
Bhubaneswar

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଗିରଫ

ବାସୁଦେବପୁର:ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାସୁଦେବପୁର ଅବକାରୀ ବିଭାଗ । ମିଳିଥିବା ସୂଚନା ମୁତାବକ, ଜିଲ୍ଲା ଅବକାରୀ ନିରୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବାସୁଦେବପୁର ଅବକାରୀ ଅଧିକାରୀ ନଟବର ମଲ୍ଲିକ ସଦଳବଳେ ଚଢାଉ କରି ପଢୁଆଁ କୁମାରପୁର ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଖବରପାଇ ଚଢାଉ କରିଥିଲେ। ଏହି ସମୟରେ କୁମାରପୁର ଗ୍ରାମର ସୁଧାଂଶୁଶେଖର ସାହୁଙ୍କ ଠାରୁ ୪.୫କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେହିପରି ପଦ୍ମପୁର ଛକଠାରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଖବରପାଇ ଅବକାରୀ ବିଭାଗ ଚଢାଉ କରିଥିଲା। ଏହି କ୍ରମରେ ଭଦ୍ରକ ସଦର ଥାନା ଅଧିନ ଅର୍ଣ୍ଣପାଳ ଗ୍ରାମର ବିଜୟକୁମାର ସାହୁଙ୍କ ଠାରୁ ତିନିକେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି କାରବାରରେ ବ୍ୟବହୃତ ଦୁଇଜଣ ଗଞ୍ଜେଇ ମାଫିଆଙ୍କ ମୋଟର ସାଇକେଲକୁ ଜବତ କରାଯାଇଥିବା ବେଳେ ପୃଥକପୃଥକ ମାମଲାରେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କ ସମେତ ସୁମନ୍ତ କୁମାର ମହନ୍ତ, ଖଗେଶ୍ୱର ଜେନା, ମନୋଜକୁମାର ରଣା,ସୁଭଦ୍ରା ବାରିକପ୍ରମୁଖ ସାମିଲ ଥିଲେ।

ଜିଏସଟି ପ୍ରଭାବ.. ୭୨,୦୦୦ ଟଙ୍କା ଶସ୍ତା ହେଲା; ଟାଟା ଟିଆଗୋ ଉପରେ ମିଳିବ ଜବରଦସ୍ତ ରିହାତି

ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.. ଜାଣନ୍ତୁ ଭାରତରେ ଦୃଶ୍ୟମାନ କି ନୁହେଁ: କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର, ଚାକିରି ଠାରୁ ଆରମ୍ଭ କରି ଜୀବନରେ ମିଳିବ ଅନେକ ଖୁସି..

- Advertisement -

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories