www.samajalive.in
Sunday, December 14, 2025
15.1 C
Bhubaneswar

ସ୍ବଚ୍ଛତା, ପରିଚ୍ଛନ୍ନତାଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ସମ୍ଭବ: ମନ୍ତ୍ରୀ

ଭୁବନେଶ୍ୱର :ସ୍ବଚ୍ଛତା,ପରିଷ୍କାର ଓ ପରିଚ୍ଛନ୍ନତା ଦ୍ବାରା ସୁସ୍ଥ ପରିବେଶ ସୃଷ୍ଟି ହୋଇ ପାରିବ। ପରିବେଶ ସୁସ୍ଥ ରହିଲେ ସ୍ବାସ୍ଥ୍ୟ ସୁରକ୍ଷିତ ରହି ପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଗୁରୁବାର ଜୟଦେବଭବନଠାରେ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସ୍ୱାସ୍ଥ୍ୟରକ୍ଷା ପାଇଁ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗଠାରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ସରଳ ଓ ସ୍ୱଳ୍ପଖର୍ଚ୍ଚରେ କରାଯାଉଥିବା ପ୍ରତିଷେଧକ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ପଡିବ। ଡାକ୍ତରଖାନାମାନଙ୍କୁ ଆସୁଥିବା ରୋଗୀମାନଙ୍କ ଶରୀରରେ ରୋଗ ପ୍ରତି​‌େ​‌ରାଧକ ଶକ୍ତି କମ ଥିବାରୁ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ରହିଛି। ତେଣୁ ଡାକ୍ତରଖାନାଗୁଡିକରେ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ। ଡାକ୍ତରଖାନାମାନଙ୍କରେ ରୋଗସଂକ୍ରମଣକୁ ରୋକିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ସ୍ବଚ୍ଛତା। ସେଥିପାଇଁ ସରକାରୀ ଡାକ୍ତରଖାନାଗୁଡିକରେ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଓ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ନିୟମିତ କରାଇବା ନିମନ୍ତେ କାୟାକଳ୍ପ ସମ୍ମାନ ବ୍ୟବସ୍ଥା କରାଯାଇଛି। ୨୦୧୮-୧୯ ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଏହି କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରାଯାଇଛି। ଚଳିତ ବର୍ଷ ୬ଟି ଜିଲାମୁଖ୍ୟ ଚିକିତ୍ସାଳୟ, ୪୮ଟି ଉପଖଣ୍ଡ ଚିକିତ୍ସାଳୟ/ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୮୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪୨ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମସ୍ଥାନ ଅଧିକାର କରିଥିବା ଜିଲାମୁଖ୍ୟ ଚିକିତ୍ସାଳୟକୁ ୫୦ ଲକ୍ଷ ଟଙ୍କା , ୨ୟ ସ୍ଥାନ ପାଇଁ ୨୦ଲକ୍ଷ ଟଙ୍କା ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରଥମ ହୋଇଥିବା ଉପଖଣ୍ଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୫ ଲକ୍ଷ ଟଙ୍କା , ୨ୟ ସ୍ଥାନ ପାଇଁ ୧୦ ଲକ୍ଷ ଟଙ୍କା ଓ ପ୍ରୋତ୍ସାହନମୂଳକ ସମ୍ମାନ ପାଇଁ ଏକ ଲକ୍ଷ ଟଙ୍କା ଏବଂ ପ୍ରାଥମିକ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ପ୍ରଥମ ସ୍ଥାନ ପାଇଁ ୨ ଲକ୍ଷ ଟଙ୍କା ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ୫୦ ହଜାର ଟଙ୍କା ଲେଖା ପୁରସ୍କାର ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାମାନଙ୍କରେ ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଲାଗି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ପୁରସ୍କାର ପ୍ରଦାନ ଉତ୍ସବ ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ଡା. ବି.କେ.ବ୍ରହ୍ମା, ଯୁଗ୍ମଶାସନ ସଚିବ ଯାମିନୀ ଷଢଙ୍ଗୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା ସୁଶିଲ କର ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories