www.samajalive.in
Wednesday, December 10, 2025
16.1 C
Bhubaneswar

ଭୂସ୍ଖଳନ ପରେ କଳିଙ୍ଗା ଘାଟିରେ ଝରଣା ସୃଷ୍ଟି

ଫୁଲବାଣୀ/ଜି.ଉଦୟଗିରି: କନ୍ଧମାଳ ଜିଲାର ଜୀବନରେଖା କଳିଙ୍ଗା ଘାଟିରେ ସୃଷ୍ଟି ହୋଇଥିବା ପ୍ରକୃତିର ତାଣ୍ଡବର ଦ୍ବିତୀୟ ଦିନରେ ଆଜି ମଧ୍ୟ ଗାଡି ଚଳାଚଳ ହୋଇପାରିନି। ଭୂସ୍ଖଳନ ସ୍ଥାନରେ ସୃଷ୍ଟି ହୋଇଛି ଆଉ ଏକ ଝରଣା। ଯେଉଁ ରାସ୍ତାରେ ୨୪ ଘଣ୍ଟା ଧରି ଯାନବାହାନ ଚଳାଚଳ କରୁଥିଲା ଦୁଇଦିନ ହେଲା ଉକ୍ତ ରାସ୍ତା ଶୂନଶାନ। ଯେଉଁ ରାସ୍ତା ଦିନେ ଉଭୟ କନ୍ଧମାଳ ଓ ଗଞ୍ଜାମ ଜିଲାକୁ ରୋଜଗାର ଯୋଗାଉଥିଲା ସେହି ରାସ୍ତା ଏବେ ଛାରଖାର ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ହୋଇଥିବା ବାଦଲଫଟା ବର୍ଷାରେ ଫାଟି ଯାଇଛି କଳିଙ୍ଗା ଘାଟି। ଘାଟିର ଦୃଶ୍ୟ ଦେଖିବାକୁ ଆଜି ଶହଶହ ଲୋକଙ୍କ ଭିଡ଼ ଜମିଥିଲା। କନ୍ଧମାଳ ଜିଲାର ଜୀବନ ରେଖାକୁ ପୁଣିଥରେ ଚଳଚଞ୍ଚଳ କରିବାକୁ କନ୍ଧମାଳ ଏବଂ ଗଞ୍ଜାମ ଜିଲା ପ୍ରଶାସନ ସମେତ ସମ୍ବଲପୁର ଜାତୀୟ ରାଜପଥ ଡ଼ିଭିଜନ ଅଣ୍ଟା ଭିଡ଼ିଛନ୍ତି।

ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜାତୀୟ ରାଜପଥର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିକ୍ରମଚନ୍ଦ୍ର ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ଶାନ୍ତନୁ ସାହୁ, ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଖୁରା ଏବଂ ଫୁଲବାଣୀ ଉପ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ। ଅନ୍ତତଃ ଏହି ରାସ୍ତାରେ ଗୋଟିଏ ଯାନ ଚଳାଚଳ କରିବା ଭଳି ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଏଥିପାଇଁ ୭ଦିନ ସମୟ ଲାଗିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ତୁରନ୍ତ ଏକ ବିଶେଷଜ୍ଞ ଦଳ ସ୍ଥିତି ଯାଞ୍ଚ କରିବା ପରେ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ ବୋଲି ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

- Advertisement -

ଗତକାଲି ରାତିରୁ ଘାଟିର ଉଭୟ ପାର୍ଶ୍ବକୁ ସିଲ୍‍ କରି ଦିଆଯାଇଛି। ପୁଲିସ୍‍ ପ୍ରଶାସନ ପକ୍ଷରୁ ନାକାବନ୍ଦୀ କରାଯାଇଛି। ଏକାଧିକ ଯନ୍ତ୍ର ସାହାଯ୍ୟରେ ରାସ୍ତାରେ ପଡ଼ିଥିବା ବିରଟକାୟ ପଥର ଓ ମାଟି ସଫା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଥିଲା ସେଠାରେ ବର୍ତ୍ତମାନ ଏକ ବଡ଼ ଝରଣା ମଧ୍ୟ ସୃଷ୍ଟି ହୋଇଯାଇଛି। ଆଜି ମଧ୍ୟ ପାହାଡରୁ ପଥର ଓ ମାଟି ଧସିଛି। କେବେ ରାସ୍ତା ନିର୍ମାଣ ହେବ ଓ ପୁଣିଥରେ ସେହି ରାସ୍ତାଦେଇ ଯାନବାହାନ କେବେ ଚଳାଚଳ କରିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗତକାଲିର ବର୍ଷାରେ ସେଠାରେ ନିର୍ମାଣରେ ସାମିଲ୍‍ ଥିବା ଠିକା ସଂସ୍ଥାର ମଧ୍ୟ ଅନେକ ସାମଗ୍ରୀ ଭାସି ଯାଇଛି। ଯେଉଁ ରାସ୍ତାରେ ଲୋକେ ଯାତାୟତ କରୁଥିଲେ ସେହି ରାସ୍ତାରେ ଏବେ ପାଲଟିଛି ପଥର ପାହାଡ଼। ଆଜି କେତେକ ଯାତ୍ରୀବାହୀ ବସ୍‍ ଗାଲେରି ଠାରୁ ଚକାପାଦ ଏବଂ ଟିକାବାଲି ଦେଇ ଯାତାୟତ କରିଛି। ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ନେବାକୁ ନେଇ ଚିନ୍ତା ଘାରିଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories