www.samajalive.in
Saturday, December 13, 2025
14.1 C
Bhubaneswar

ଆସନ୍ତା ୨୫ ତାରିଖରେ ମୁମ୍ବାଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ‘ଲହରୀ’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ମୁକ୍ତିଲାଭ କରିବା ସହ ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି । ସଫଳତାର ସହ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏ ଭିତରେ ଏକ ଖୁସି ଖବର ଆସିଛି । ଷଷ୍ଠ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ‘ଲହରୀ’ ମନୋନୀତ ହୋଇଛି । ଆସନ୍ତା ୨୫ ତାରିଖରେ ପୁନେ ସ୍ଥିତ ନ୍ୟାସନାଲ୍‌ ଫିଲ୍ମ ଆର୍କାଇଭ୍‌ସରେ ପ୍ରଦର୍ଶିତ ହେବ ।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହାୟତାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ମହୋତ୍ସବ ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ମନୋନୀତ ହେବା ନେଇ ପ୍ରଯୋଜିକା ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଓ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ଚଳଚ୍ଚିତ୍ରଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ମେଲବର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବ, ଆଇଜଲାଣ୍ଡ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ତସ୍‌ବିର୍‌ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହେବା ସହ ପ୍ରଶଂସା ଲାଭ କରିଛି । ମୁମ୍ବାଇରେ ହେବାକୁ ଥିବା ପ୍ରଦର୍ଶନୀରେ ଚଳଚ୍ଚିତ୍ରର ପ୍ରଯୋଜିକା ଓ ନିର୍ଦ୍ଦେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶ ସାଙ୍ଗକୁ ସାମାଜିକ ଜୀବନରେ ମୂଳ ତତ୍ତ୍ୱ ସହ ନିଜକୁ ଯୋଡ଼ି ରଖିବା ଏବଂ ବାପ- ପୁଅର ସମ୍ପର୍କ ଉପରେ ଆଧାରିତ ରହିଛି ଏହାର କାହାଣୀ । ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ଦୀପନ୍ୱିତ ଦାଶ ମହାପାତ୍ର, ସୁଶାନ୍ତ ମିଶ୍ର, ପ୍ରସନ୍ନଜିତ୍‌, ସ୍ୱସ୍ତିକ ଚୌଧୁରୀ, ଜେଇନବ ଡୋଇୟର, ସନ୍ଦୀପ ବଳ, ଅଭିନେତ୍ରୀ ଅଙ୍କିତା, ସ୍ମୃତି ମହଲା ପ୍ରମୁଖ ଅଭିନୟ କରିଛନ୍ତି । ପରିଚିତ ତାରକା ଦେବଶିଷ ପାତ୍ର, ହର ରଥ, ଝିଲିକ୍‌ ପ୍ରମୁଖ ଅତିଥି କଳାକାର ଭୂମିକାରେ ଥିବା ବେଳେ ଲୋକପ୍ରିୟ ଅଭିନେତା ବାବୁସାନ୍‌ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖା ଦେଇଛନ୍ତି । ସିନେମାରେ ସଙ୍ଗୀତ ଦେଇଛନ୍ତି କିଶଳୟ ରୟ । କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି । ‘ଝିଅର ସ୍କ୍ରୁଟା ଢ଼ିଲା..’ ଗୀତଟି ଟ୍ରେଣ୍ଡିଂରେ ରହିଛି । ସିନେମାଟି ଉଭୟ କଳାତ୍ମକ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଉଚ୍ଚକୋଟୀର ହୋଇଥିବା ଦର୍ଶକମାନେ କହିଛନ୍ତି

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories