www.samajalive.in
Monday, December 8, 2025
13.1 C
Bhubaneswar

ପିସିବିର ଆବେଦନକୁ ଖାରଜ କଲା ଆଇସିସି: ପାକିସ୍ତାନ ଏସିଆ କପରୁ ବାଦ ପଡିବ କି?

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ କ୍ରିକେଟ୍‍ ବୋର୍ଡର ଆବେଦନକୁ ଅନ୍ତର୍ଜାତୀୟ କ୍ରିକେଟ୍‍ ପରିଷଦ ଖାରଜ କରିଛି । ନୋ ହ୍ୟାଣ୍ଡସେକ୍‍ ବିବାଦକୁ ନେଇ ଆଇସିସିର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ । ମ୍ୟାଚ୍‍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଦାବି କରି ଆଇସିସିର ଦ୍ୱାରସ୍ଥ ହୋଇଥିଲା । ହେଲେ ଆଇସିସି ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ଏସୀୟ କ୍ରିକେଟ କାଉନସିଲ୍‍ ଏହି ନିଷ୍ପତ୍ତି ନେଇଥିଲା ବୋଲି ଆଇସିସି ଜଣାଇଛି ।

ସୂଚନା ଅନୁସାରେ ପାକିସ୍ତାନ କ୍ରିକେଟ୍‍ ବୋର୍ଡ ଦାବି କରିଥିଲା ଯେ ମ୍ୟାଚ୍‍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଏସିଆ କପ୍‍ ୨୦୨୫ରୁ ହଟାଇ ଦିଆଯାଉ । କିନ୍ତୁ ଆଇସିସି ଆନୁଷ୍ଠାନିକ ଭାବରେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ପାକିସ୍ତାନ ବୋର୍ଡ ମଧ୍ୟ ଧମକ ଦେଇଥିଲା ଯେ ଯଦି ଏହି ଦାବି ପୂରଣ ନହୁଏ, ତେବେ ଟିମ୍‍ ଟୁର୍ଣ୍ଣାମେଣ୍ଟରୁ ଓହରିଯିବ ।
ଗତ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍‍ ଖେଳାଯାଇଥିଲା । ଯେଉଁଥିରେ ଭାରତ ୭ୱିକେଟରେ ଏକ ଚମକ୍ରାର ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଟସ୍‍ ହେବା ସମୟରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲିଙ୍କ ସହ ହାତ ମିଳାଇନଥିଲେ, କିମ୍ବା ମ୍ୟାଚ ଶେଷ ହେବା ପରେ ବି ହାତ ମିଳାନଥିଲେ ।

- Advertisement -

ପୁରା ମ୍ୟାଚ ସମୟରେ ମଧ୍ୟ ଭାରତୀୟ ଖେଳାଳି ପାକ୍‍ ଖେଳାଳିଙ୍କ ସହିତ କଥା ହୋଇନଥିଲେ ଏବଂ ସୂର୍ଯ୍ୟକୁମାର ଯାଦବ ବିଜୟୀ ସଟ୍‍ ମାରିବା ମାତ୍ରେ ସେ ସିଧା ଶିବମ୍‍ ଧୁବେଙ୍କ ସହିତ ଡ୍ରେସିଂ ରୁମକୁ ପଳାଇ ଆସିଥିଲେ ।
ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଟିମ୍‍ ପଡିଆରେ ରହିଥିଲେ ସେମାନେ ଭାବିଥିଲେ ଯେ ଟିମ୍‍ ଇଣ୍ଡିଆର ଖେଳଳିମାନେ ହାତ ମିଳାଇବାକୁ ଆସିବେ, କିନ୍ତୁ ତାହା ହୋଇନଥିଲା । ତେବେ ଭାରତ-ପାକ୍‍ ମ୍ୟାଚକୁ ନେଇ ସୋସିଆଲ ମିଡିଆରେ ଅନେକ ସମାଲୋଚନା ମଧ୍ୟ ହୋଇଥିଲା ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories