www.samajalive.in
Monday, December 8, 2025
13.1 C
Bhubaneswar

Paytm ଏବଂ Phonepe ସମେତ ୩୨ଟି କମ୍ପାନୀ ପାଇଁ ଆରବିଆଇର ନୂଆ ଗାଇଡଲାଇନ୍‍

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ରିଜର୍ଭ ବ୍ୟାଙ୍କ PhonePe, Paytm, Zomato, Amazon Pay ସମେତ ୩୨ଟି ପେମେଣ୍ଟ ଏଗ୍ରିଗେଟରଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପେମେଣ୍ଟ ଏଗ୍ରିଗେଟରମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ଲାଇସେନ୍ସକୁ ବାଧ୍ୟତାମୂଳକ କରିବା ସମେତ ୬ଟି ନିୟମରେ ପରିବର୍ତ୍ତନ କରାଯାଇଛି । ଯାହାକୁ ପାଳନ କରିବା ମଧ୍ୟ ବାଧ୍ୟତାମୂଳକ ହୋଇଛି । ଯଦି ନିର୍ଦ୍ଦେଶାବଳୀ ପାଳନ ନକରାଯାଏ, ତେବେ କମ୍ପାନୀଗୁଡିକୁ କାର୍ଯ୍ୟାନୁଷ୍ଠାନ ଏବଂ ପରିଣାମ ବିଷୟରେ ମଧ୍ୟ ଚେତାବନୀ ଦିଆଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ, ପେମେଣ୍ଟ ଏଗ୍ରିଗେଟରମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଫିଜିକାଲ ପିଏ ପାଇଁ ପିଏ-ପି, କ୍ରସ୍‍ ବୋର୍ଡ ପିଏ ପାଇଁ ପିଏ-ସିବି, ଅନଲାଇନ୍‍ ପିଏ ପାଇଁ ପିଏ-ଓ ଅନ୍ତର୍ଭୁକ୍ତ । ପିଏ ବ୍ୟବସାୟ ପାଇଁ କୌଣସି ବ୍ୟାଙ୍କକୁ ଅନୁମୋଦନ ଆବଶ୍ୟକ ନାହିଁ, କିନ୍ତୁ ଆରବିଆଇ ଅଣ-ବ୍ୟାଙ୍କ ପାଇଁ ନିୟମ ସ୍ଥିର କରିଛି । ଆରବିଆଇର ଏହି ଦୂତନ ନିର୍ଦ୍ଦେଶ ଏପରି ସମୟରେ ଆସିଛି ଯେତେବେଳେ ଦେଶରେ ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

- Advertisement -

ଆର୍ଥିକ ସୁରକ୍ଷା ଏବଂ ସାଇବର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ସତର୍କତା ଉପରେ ଧ୍ୟାନ ଦେଇଛି । ଆଜିକାଲି ଅନଲାଇନ କାରବାର ବହୁତ ବଢିଥିବାରୁ ଲୋକମାନେ ସାଇବର ଏବଂ ଅନଲାଇନ ଠକେଇର ଶିକାର ମଧ୍ୟ ହେଉଛନ୍ତି । ତେଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପେମେଣ୍ଟ ଏଗ୍ରିଗେଟରଙ୍କ ପାଇଁ ଲାଇସେନ୍ସକୁ ବାଧ୍ୟତାମୂଳକ କରିଛି । ଏହା ବିନା, କୌଣସି କମ୍ପାନୀ କାରବାର ସେବା ପ୍ରଦାନ କରିପାରିବ ନାହିଁ । ଯଦି ନିୟମ ଏବଂ ନିର୍ଦ୍ଦେଶର ଉଲ୍ଲଘଂନ କରାଯାଏ ତେବେ କମ୍ପାନୀ ଏବଂ ଏହାର ସେବା ବନ୍ଦ ହୋଇଯିବ ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories