ନୂଆଦିଲ୍ଲୀ, ୧୫ା୯: ୨୨ ସେପ୍ଟେମ୍ବରରୁ କାର୍ କ୍ରୟ ଖର୍ଚ୍ଚ କମିବ। ଏହାର ବଡ ପ୍ରଭାବ ଏବେଠୁ ଗାଡି ଋଣ ଉପରେ ପଡିଛି। ଦ୍ରବ୍ୟ ଏବଂ ସେବା କର ହ୍ରାସ ଘୋଷଣା ପରେ ପୂର୍ବରୁ ଋଣ ଅନୁମୋଦନ କରାଇସାରିଥିବା ଗ୍ରାହକମାନେ ଏହାକୁ ରଦ୍ଦ କରିବାରେ ଲାଗିପଡିଛନ୍ତି। ପୂର୍ବରୁ କାର୍ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁଥିଲା କିନ୍ତୁ ୨୨ ସେପ୍ଟେମ୍ବରରୁ ୧୨୦୦ ସିସି ପର୍ଯ୍ୟନ୍ତ କାରରେ ମାତ୍ର ୧୮ ପ୍ରତିଶତ ଜିଏସଟି ଲାଗିବ। ଏହାର ସିଧା ଫାଇଦା ଗ୍ରାହକଙ୍କୁ ମିଳିବ। କାରର ଦାମ୍ ହ୍ରାସ ପାଇବା ଯୋଗୁଁ ଗାଡି ପାଇଁ ନିଆଯାଉଥିବା ଋଣର ରାଶି ଏବଂ ମାସିକ କିସ୍ତି ହ୍ରାସ ପାଇବ।
ପୂର୍ବରୁ ଅନୁମୋଦିତ ହୋଇସାରିଥିବା ଋଣକୁ ରଦ୍ଦ କରିବାକୁ ବହୁତ କମ୍ ଟଙ୍କା ଖର୍ଚ୍ଚ ହୋଇଥାଏ। ଫଳରେ ଗ୍ରାହକମାନେ ବର୍ତ୍ତମାନର ଋଣକୁ ରଦ୍ଦ କରିଦେଇ ୨୨ ସେପ୍ଟେମ୍ବରକୁ ପ୍ରତୀକ୍ଷା କରିଛନ୍ତି। କାର୍ ଦାମ୍ କମିବା ପରେ ସେମାନେ ପୁଣି ଋଣ ପାଇଁ ଆବେଦନ କରି ସିଧାସଳଖ ଫାଇଦା ନେଇପାରିବେ। ଅନ୍ୟପଟେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବ୍ୟାଙ୍କ ପ୍ରୋସେସିଂ ଚାର୍ଜ ଛାଡ୍ କରୁଛନ୍ତି।
ଅନୁମୋଦିତ ଋଣ ରଦ୍ଦ ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ୍, ସେପ୍ଟେମ୍ବର ୨୨ ପରେ କିଣିବେ କାର୍
Popular Categories



