www.samajalive.in
Sunday, December 14, 2025
26.1 C
Bhubaneswar

୧୨ ଓଭର ସୁଦ୍ଧା ପାକିସ୍ତାନ ୬୨/୪

ସମାଜ ଡିଜିଟାଲ ଡେସ୍କ:​‌ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ରବିବାର ହାଇଭୋଲଟେଜ ମ୍ୟାଚରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛି। ପହଲଗାଓଁ ଆକ୍ରମଣକୁ ନେଇ ଦେଶବ୍ୟାପୀ ବିରୋଧ ସତ୍ବେ ଭାରତ ପାକିସ୍ତାନ ସହିତ ପଡ଼ିଆକୁ ଓହ୍ଲାଇଛି। ଟି-୨୦ ବିଶିଷ୍ଟ ଏହି ମ୍ୟାଚରେ ପାକିସ୍ତାନ ୧୨ ଓଭର ଖେଳ ଶେଷ ସୁଦ୍ଧା ୪ ଉଇକେଟ ବିନିମୟରେ ୬୨ ରନ ସଂଗ୍ରହ କରିଛି। ଭାରତୀୟ ବୋଲରଙ୍କ ପ୍ରଭାବୀ ବୋଲିଂ ଫଳରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।

ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳକୁ ପ୍ରଥମ ଓଭରର ପ୍ରଥମ ବଲରେ ଝଟକା ଲାଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ବଲରେ ସଇମ ଆୟୁବଙ୍କୁ ହାଉଟ୍ କରି ଟିମ ଇଣ୍ଡିଆକୁ ପ୍ରତମ ସଫଳତା ଦେଇଥିଲେ। ଏହା ପରେ ଯଶପ୍ରୀତ ବୁମରା ନିଜର ପ୍ରଥମ ଓଭରରେ ଉଇକେଟ ନେଇ ପାକିସ୍ତାନକୁ ୨ୟ ଝଟ୍‌କା ଦେଇଥିଲେ। ତେବେ ଭାରତୀୟ ସ୍ପିନର ଅକ୍ଷର ପଟେଲ ଦମଦାର  ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ୩ ଓଭର ବୋଲିଂ କରି ୨ଟି ଉଇକେଟ ଅକ୍ତିଆର କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories