www.samajalive.in
Saturday, December 6, 2025
23.1 C
Bhubaneswar

ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌

ନୂଆଦିଲ୍ଲୀ : ଜିଏସଟିରେ ହୋଇଥିବା ପରିବର୍ତ୍ତନର ପ୍ରଭାବ ଗାଡି ଗୁଡିକରେ ଦେଖାଯିବା ଆରମ୍ଭ ହୋଇଛି । ଅନେକ କାର୍‌ କମ୍ପାନୀ ଦାମ୍‌ କମ୍‌ କରିଥିବା ନେଇ ଘୋଷଣା କରିଛନ୍ତି ।
ଏହା ମଧ୍ୟରେ Citroen ଇଣ୍ଡିଆ ଘୋଷଣା କରିଛି ଯେ, ନିକଟରେ ଲାଗୁ ହୋଇଥିବା ଜିଏସଟି ୨.୦ ପରିବର୍ତ୍ତନର ସମ୍ପୂର୍ଣ୍ଣ ଲାଭ ସିଧାସଳଖ ଗ୍ରାହକଙ୍କୁ ମିଳିବ । ଭାରତୀୟ ବଜାରରେ ୬ ଆଇସିଇ ମଡେଲ ବିକ୍ରି କରିଥାଏ । ଏଥିରେ ସି୩, ସି୩ଏକ୍ସ ମଧ୍ୟ ସାମିଲ ରହିଛି ।

ସି୩ ଓ ସି୩ଏକ୍ସର ଦାମ୍‌ରେ ଅଧିକରୁ ଅଧିକ ୮୪,୦୦୦ ଟଙ୍କା ହ୍ରାସ ହୋଇଛି । ଏବେ ଏହାର ଆରମ୍ଭ ଦାମ୍‌ ୪.୮୦ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍‌)ରେ ହୋଇଛି ।
କମ୍ପାନୀର କହିବାନୁଯାୟୀ, ଏୟାରକ୍ରସ୍‌ ଏସୟୁଭଭିର ୫ ଓ ୭ ସିଟର ଭାରିଆଣ୍ଟରେ ପ୍ରାୟ ୫୦,୦୦୦ ଟଙ୍କା ହ୍ରାସ ହୋଇଛି । ଏହାର ଆରମ୍ଭ ଦାମ୍‌ ୮.୬୨ ଲକ୍ଷ ଟଙ୍କା ।

- Advertisement -

କମ୍ପାନୀ ନିକଟରେ ଲଞ୍ଚ କରିଥିବା ନିଜର କୃପେ ଷ୍ଟାଇଲ୍‌ ଏସୟୁଭି ବାସଲ୍ଟର ଦାମ୍‌ରେ ମଧ୍ୟ ହ୍ରାସ କରିଛି । ଏବେ ଏହାର ଆରମ୍ଭ ଦାମ୍‌ ୭.୯୫ ଲକ୍ଷ ରହିଛି ।
ସେହିଭଳି ସି୫ ଏୟାରକ୍ରସ ଏସୟୁଭିରେ ସବୁଠାରୁ ଅଧିକ ଲାଭ ଦେଉଛି । ଏହାର ଦାମ୍‌ ୨.୭ ଲକ୍ଷ ଟଙ୍କା ହ୍ରାସ କରିଛି ।
୨୨ ସେପ୍ଟେମ୍ବର ପରେ ଏହି ଏସୟୁଭି ୩୭.୩୨ ଲକ୍ଷ ଟଙ୍କାର ଆରମ୍ଭ ଦାମ୍‌ରେ ମିଳିବ ।

ଆଉ ଅଳ୍ପ ଦିନ.. ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଏହି ୩ ରାଶି ହେବେ ମାଲାମାଲ୍‌, ଚାକିରି ଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନରେ ହେବ ଖୁସିର ଆଗମନ

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories