www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଦିଗ୍ଧ ଗାଦିମଡ଼ାଙ୍କୁ ବଦଳି କର: ଦୁର୍ନୀତି ରୋକିବାକୁ ଜିଲାପାଳଙ୍କୁ ମୁଖ୍ୟ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: କେବଳ ଦୋଷୀଙ୍କୁ ଦଣ୍ଡ ଦେଲେ ଦୁର୍ନୀତି ଲୋପ ପାଇବ ନାହିଁ; ବରଂ ଦୁର୍ନୀତିର ମୂଳ କାରଣକୁ ଖୋଜି ପ୍ରତିକାର କରିବାକୁ ହେବ। ଦୁର୍ନୀତି ପ୍ରତି କଡ଼ା ଆଭିମୁଖ୍ୟ ଓ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ଯେଉଁଠି ବି ଦୁର୍ନୀତିର ସାମାନ୍ୟ ସମ୍ଭାବନା ଥିବ ସେଠାରେ ତୁରନ୍ତ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନିଅନ୍ତୁ। ମୁଖ୍ୟ ସଚିବ ମନୋଜ ଆହୁଜା ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନି‌େ‌ର୍ଦଶାଳୟର ମହା ନି‌େ‌ର୍ଦଶକ, ସମସ୍ତ ବିଭାଗର ସଚିବ, ସମସ୍ତ ରାଜସ୍ୱ ଆୟୁକ୍ତ ଏବଂ ଜିଲାପାଳଙ୍କୁ ପତ୍ର ଲେଖି ଏହା କହିଛନ୍ତି।

ନିଜ ପତ୍ରରେ ମୁଖ୍ୟ ସଚିବ ଉଲ୍ଲେଖ କରିଛନ୍ତି ଯେ ସ୍ୱଚ୍ଛ, ପାରଦର୍ଶୀ ଓ ନାଗରିକକୈନ୍ଦ୍ରିକ ପ୍ରଶାସନ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ମାନବ ହସ୍ତକ୍ଷେପ ଦୂର ପାଇଁ ଅନ୍‌ଲାଇନ ସେବା ବ୍ୟବସ୍ଥା କରାଯାଇଛି। ସରକାରୀ ସେବା ସମ୍ପର୍କରେ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କିନ୍ତୁ ନିକଟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ଦୁର୍ନୀତି ମାମଲା ଗୁଡ଼ିକୁ ଦେଖିଲେ ଜଣାପଡୁଛି ଯେ, ଦୁର୍ନୀତିକୁ ରୋକିବାକୁ ହେଲେ ଆମକୁ ଅଧିକ ସକ୍ରିୟ ହୋଇ ପ୍ରତିକାରାତ୍ମକ ପଦକ୍ଷେପ ନେବା ଆବଶ୍ୟକତା ରହିଛି।

- Advertisement -

ସରକାରୀ ଟେଣ୍ଡର, ଦ୍ରବ୍ୟ କ୍ରୟ ଓ ଚୁକ୍ତି ପରିଚାଳନା, ଇଚ୍ଛାଧୀନ କ୍ଷମତା, ସେବା ପ୍ରଦାନରେ ଏକାଧିକାର, ଦୁର୍ବଳ ଅଭିଯୋଗ ଶୁଣାଣି ବ୍ୟବସ୍ଥା, ଯାଞ୍ଚ ପ୍ରଣାଳୀରେ କୋହଳ ବ୍ୟବସ୍ଥା ଏବଂ ଜନସଚେତନାର ଅଭାବ ପରି ଆହ୍ବାନର ସଫଳ ମୁକାବିଲା ଦୁର୍ନୀତିକୁ ରୋକିବାରେ ବେଶ୍ ସହାୟକ ହୋଇପାରିବ। ସନ୍ଥାନମ କମିଟି ସୁପାରିସ ଅନୁସାରେ ବିଭାଗଗୁଡ଼ିକ ନିଜେ ନିଜେ ଦୁର୍ନୀତି ଦୃଷ୍ଟିରୁ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ଆଗୁଆ ପଦକ୍ଷେପ ନେବା ଆବଶ୍ୟକ। ଯେଉଁସବୁ ବିଭାଗଗୁଡ଼ିକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଅନ୍‌ଲାଇନ ଟେଣ୍ଡରିଂ ବ୍ୟବହାର କରୁଛନ୍ତି, ସେଥିରେ ପକ୍ଷପାତିତା ସମ୍ପର୍କିତ ଅଭିଯୋଗ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଅନ୍‌ଲାଇନ ମାଧ୍ୟମରେ ବଦଳି ନୀତି କାର୍ଯ୍ୟକାରୀ, ସମ୍ବେଦନଶୀଳ ପଦବୀରେ କର୍ମଚାରୀଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ନରଖିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି। କିଛି ବିଭାଗ ଏହି ନିୟମ ପାଳନ କରୁଥିବାବେଳେ ଆଉ କିଛି ବିଭାଗରେ ଏଥିରେ ଅବହେଳା କରୁଥିବା ଦେଖାଯାଉଛି। ଆଭ୍ୟନ୍ତରୀଣ ଦୁର୍ନୀତି ନିବାରଣ କମିଟି ଗଠନ କରି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ ପୂର୍ବକ ସ୍ୱଳ୍ପ ମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ପ୍ରସ୍ତୁତ ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories