www.samajalive.in
Wednesday, December 10, 2025
16.1 C
Bhubaneswar

ନେପାଳରେ ନୂଆ ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ

କାଠମାଣ୍ଡୁ: ନେପାଳ ଅନ୍ତରୀଣ ସରକାରରେ କିଏ ନେତୃତ୍ବ ନେବେ ତାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଭିନ୍ନ ମତ ସୃଷ୍ଟି ହୋଇଛି। ଏଥିପାଇଁ ଦେଶରେ ସରକାର ବିରୋଧୀ ବିକ୍ଷୋଭ କରିଥିବା ଜେନ୍‌-ଜେଡ୍‌ ଆନ୍ଦୋଳକାରୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଛି। ଆନ୍ଦୋଳନକାରୀଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ସମର୍ଥନ କରିଛନ୍ତି। ଅନ୍ୟ ଏକ ଗୋଷ୍ଠୀ ନେପାଳ ଇଲେକ୍‌ଟ୍ରିସିଟି ଅଥରିଟିର ପୂର୍ବତନ କାର୍ଯ୍ୟନିର୍ବାହୀ ମୁଖ୍ୟ କୁଲମନ ଘିସିଙ୍ଗଙ୍କୁ ସମର୍ଥନ କରିଛନ୍ତି। ଅନ୍ତରୀଣ ସରକାରରେ ଏହି ଦୁଇ ଜଣଙ୍କ ମଧ୍ୟରେ କିଏ ନେତୃତ୍ବ ନେବେ ତାହା ସ୍ଥିର ହୋଇପାରି ନାହିଁ। ଆନ୍ଦୋଳକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଅନ୍ତରୀଣ ସରକାରର ନେତା ମନୋନୟନ ନିମନ୍ତେ ଗୁରୁବାର ନେପାଳ ସେନା ମୁଖ୍ୟାଳୟରେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତାରେ ଆନ୍ଦୋଳନକାରୀ ଜେନ୍‌ ଜେଡ୍‌ ଗୋଷ୍ଠୀର ପ୍ରତିନିଧି ଦଳ, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ସେନାମୁଖ୍ୟ ଅଶୋକ ରାଜ ସିଗଡେଲ ସାମିଲ ହୋଇଥିଲେ। ସେନା ମୁଖପାତ୍ର କହିଛନ୍ତି ଯେ ଦେଶର ରାଜନୈତିକ ଅଚଳାବସ୍ଥା ମଧ୍ୟରେ ଅନ୍ତରୀଣ ସରକାର ଗଠନ ଦାୟିତ୍ବ ସେନା ଉପରେ ନ୍ୟସ୍ତ ରହିଛି। ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହିତ କଥାବାର୍ତ୍ତା ଚାଲିଛି। ଏହା ସହିତ ଦେଶରେ ଆଇନଶୃଙ୍ଖଳା ବଜାୟ ରଖିବାର ଦାୟିତ୍ବ ସେନା ଏବେ ନିର୍ବାହ କରୁଛି।

ଅନ୍ୟପ​‌େ​‌ଟ ସୁଶୀଳା ଗଣମାଧ୍ୟମକୁ କହିଛନ୍ତି ଯେ ଅନ୍ତରୀଣ ସରକାରର ନେତୃତ୍ବ ନେବା ଲାଗି ସେନା କିମ୍ବା ଜେନ୍‌ ଜେଡ୍‌ ଆନ୍ଦୋଳନାକାରୀଙ୍କ ମଧ୍ୟରୁ କେହି ତାଙ୍କୁ ନିମନ୍ତ୍ରଣ କରି ନାହାନ୍ତି। ଏହା ପୂର୍ବରୁ ବୁଧବାର ହଜାର ହଜାର ଆନ୍ଦୋଳନକାରୀ କାର୍କିଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ କରିବା ପ୍ରସ୍ତାବ ଦେଇଥିଲେ। ତେବେ ଦେଶର ସମ୍ବିଧାନ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ସମ୍ବିଧାନ ଅନୁଯାୟୀ ପୂର୍ବତନ ପ୍ରଧାନ ବିଚାରପତି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ସୁଶୀଳାଙ୍କ ପରେ ଅନ୍ୟତମ ଲୋକପ୍ରିୟ ନେତା ତଥା କାଠମାଣ୍ଡୁ ମେୟର ବାଲେନ ଶାହା ପ୍ରଧାନମନ୍ତ୍ରୀ ପଦ ପାଇଁ ଅନାଗ୍ରହ ପ୍ରକାଶ କରିଥିଲେ। ବାଲେନ ଶାହାଙ୍କ ଅନାଗ୍ରହ ପରେ ଧରନ ମ୍ୟୁନିସିପାଲିଟି ମେୟର ହର୍କ ସାମପାଙ୍ଗଙ୍କୁ ନେତୃତ୍ବ ଦେବା ପାଇଁ କିଛି ଆନ୍ଦୋଳନକାରୀ ଆଲୋଚନା କରିଥିଲେ। ଶେଷରେ କୁଲମନ ଘିସିଙ୍ଗଙ୍କୁ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏପରି ପ୍ରସ୍ତାବକୁ ସମସ୍ତ ଆନ୍ଦୋଳନକାରୀ ସମର୍ଥନ କରି ନଥିଲେ। ଫଳରେ ନେତୃତ୍ବକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ୫୪ବର୍ଷୀୟ ଘିସିଙ୍ଗ ଦେଶର ବିଦ୍ୟୁତ୍‌ ସଂକଟର ସ୍ଥାୟୀ ସମାଧାନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

- Advertisement -

ଜେନ୍‌ ଜେଡ ଆନ୍ଦୋଳନର ପ୍ରମୁଖ ନେତା ସୁଦାନ ଗୁରୁଙ୍ଗ କହିଛନ୍ତି ଯେ ସଂସଦ ଭଙ୍ଗ କରିବା ଆମର ଏକ ପ୍ରମୁଖ ଦାବି ରହିଛି। ଏହା ସହିତ ସୁଶୀଳାଙ୍କୁ ପ୍ରଧାନମନ୍ତ୍ରୀ କରାଇବା ଲାଗି ସମ୍ବିଧାନ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି। ନେପାଳରେ ସୋସିଆଲ ମିଡିଆ ଉପରେ କଟକଣା ଓ ଦୁର୍ନୀତିକୁ ବିରୋଧ କରି ଦେଶରେ ବିଦ୍ରୋହ ହୋଇଥିଲା। ବିଦ୍ରୋହରେ ଛାତ୍ର ଓ ଯୁବବର୍ଗ ସାମିଲ ହୋଇଥିଲେ। ଆନ୍ଦୋଳନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏପରି କି ଦେଶର ପାର୍ଲାମେଣ୍ଟ, ସୁପ୍ରିମକୋର୍ଟ ସମେତ ପ୍ରମୁଖ ସରକାରୀ ପ୍ରତିଷ୍ଠାନରେ ପୋଡାଜଳା କରିଥିଲେ। ଲୋକେ ମନ୍ତ୍ରୀମାନଙ୍କୁ ମାଡ ମାରିବା ସହିତ ସେମାନଙ୍କ ଘରେ ପୋଡାଜଳା କରିଥିଲେ। ଲୋକଙ୍କ ଆକ୍ରୋଶରୁ ପୂର୍ବତନ ପ୍ରଧାନମନ୍ତ୍ରୀମାନେ ମଧ୍ୟ ବାଦ୍‌ ପଡି ନଥିଲେ। ଏହି ଆନ୍ଦୋଳନ ୩୪ଜଣଙ୍କର ମୃତ୍ୟୁ ହୋଇଥିଲା। ଆନ୍ଦୋଳକାରୀଙ୍କ ଦାବି ଆଧାରରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଇସ୍ତଫା ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories