www.samajalive.in
Sunday, December 7, 2025
26.1 C
Bhubaneswar

ଶୁକ୍ରବାର ରାଶିଫଳ: ଏହି ରାଶି ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ

ମେଷ: ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନମାନଙ୍କର ନମସ୍ଯ ହୋଇପାରନ୍ତି। ଭିନ୍ନ ଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ପରିସ୍ଥିତି ଯାହା ହେଉ ପଛେ ଧର୍ମର ସାରବତ୍ତାକୁ ପାଥେୟ କରିବେ ।

ବୃଷ: କ୍ରୋଧରୁ ମୋହ, ମୋହରୁ ସ୍ମୃତିଭ୍ରମ, ଫଳରେ ବୁଦ୍ଧି ନାଶ ଓ ବ୍ୟକ୍ତିର ଅଧପତନ ଘଟେ। ଘଟେ । କ୍ରୋଧର କ୍ରେ ନିବୃତ୍ତି ଗଲେ ଉପୁଜିବାକୁ ଥ‌ିବା ଆକସ୍ମିକ ସମସ୍ୟାରୁ ଉବୁରିଯାଇପାରନ୍ତି। ସାରାଦିନ ଶାନ୍ତି ରହିବାକୁ ପଡ଼ିବ।

- Advertisement -

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସୁସ୍ଵାଦ ଖାଦ୍ୟ ଭୋଜନ କରି ସପତ୍ନୀକ ଆନନ୍ଦ ଅନୁଭବ କରିପାରନ୍ତି। ସେବାଭାବ ପ୍ରଚାର ସର୍ବସ୍ଵ ନହେବା ଉଚିତ।

କର୍କଟ: ପରାଙ୍ଗପୁଷ୍ଟ ନହୋଇ ନିଜର ଧୀଶକ୍ତି ବଳରେ ଶତ୍ରୁର ମନବଳକୁ ପ୍ରତିହତ କରି ମିତ୍ରତା ସ୍ଥାପନ କରିପାରନ୍ତି। ଅଶାନ୍ତ ମନରେ ଶାନ୍ତିର ବାତରବରଣ ପ୍ରବାହିତ ହେବ। ଋଣ ପରିଶୋଧ କରିପାରନ୍ତି।

ସିଂହ: ପତ୍ନୀଙ୍କର ସହଭାଗିତା ଓ କାର୍ଯ୍ୟଶୈଳୀ ଆପଣଙ୍କ ପ୍ରେରଣାର ଉତ୍ସ ହୋଇପାରେ। ବହୁବିଦ୍ୟା ଅଳଙ୍କୃତ ହୋଇ ମଧ୍ୟ ବିଦ୍ୟାଭାସରୁ ନିବୃତ୍ତ ହେବେ ନାହିଁ । ଦାତା, ଭୋକ୍ତା ଓ ଗ୍ରହିତା ଭାବେ ସମ୍ପନ୍ନ ହେବେ।

କନ୍ୟା: ଅସାଧ୍ୟ କାର୍ଯ୍ୟକୁ ବିନା ଦ୍ୱିଧାରେ ଗ୍ରହଣ କରି, ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ସାଧନ କରିବେ ଓ ତା’ର ଉଚିତ ମୂଲ୍ୟ ପ୍ରାପ୍ତ ହେବେ । ସ୍ୱୟଂକ୍ରିୟ ହୋଇ ପରିବେଶକୁ ପ୍ରଦୂଷଣମୁକ୍ତ କରି ବସତି ସ୍ଥାପନ କରିପାରନ୍ତି।

ତୁଳା: ସତ୍‌ମାର୍ଗରେ ପରିଚାଳିତ ହୋଇ ଯେଉଁ ଧନ ପ୍ରାପ୍ତ ହେବେ ସେଥିରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଧୀର ଚିତ୍ତ ଓ ସ୍ଥିର ମାନସିକତାରେ କାର୍ଯ୍ୟ କରି ଅସାଧ୍ୟ ସାଧନ କରିପାରନ୍ତି। ଅସୁସ୍ଥତାର ଉପସମ ହେବ।

ବିଛା: ତ୍ୟାଗପୁତ ମନୋବୃଦ୍ଧି ନେଇ କାର୍ଯ୍ୟକରିବେ। ପ୍ରଜ୍ଞାଶୀଳର ପ୍ରତୀକ ହୋଇପାରନ୍ତି। ଧନ, ମାନ, ଗୌରବର ଅଧୂକାରୀ ହେବେ। ଅକ୍ଷୟ ଧନ, ପୁଣ୍ୟର ଅଧୂକାରୀ ହୋଇପାରନ୍ତି। ଧନାର୍ଜନରେ ପାରଙ୍ଗମ ହେବେ ।

ଧନୁ: ଆତ୍ମସଂଯମ ଦ୍ବାରା ଅନ୍ତଃଶକ୍ତିର ଅଭ୍ୟୁଥାନ ଘଟିବ। ସ୍ଵାଦିଷ୍ଟ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି; ମାତ୍ର ପୌଷ୍ଟିକତାର ଅଭାବ ଥିଲେ ସ୍ଵାଦ ମୂଲ୍ୟହୀନ ହୋଇପାରେ। ଆୟ ସୀମିତ ହେବ।

ମକର: ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି; ମାତ୍ର ଏହା ଅହଂକାର ଶୂନ୍ୟ ହେବା ଉଚିତ। ମନରୁ ବିଦ୍ବେଷ ଭାବ ପରିତ୍ୟାଗ କଲେ ତ୍ରିତାପ ବାଧାବିଘ୍ନରୁ ପରମ ଶାନ୍ତି ପ୍ରାପ୍ତ ହେବେ । ଜ୍ଞାନ-ଗରିମାମୟ ହୋଇପାରନ୍ତି।

କୁମ୍ଭ: ଦୃଢ଼ ଇଚ୍ଛାଶକ୍ତି ହିଁ ଲକ୍ଷ୍ୟ ହାସଲର ମାଧ୍ୟମ ହେବ।  ମନରେ ସାହସ ଓ ଆତ୍ମପ୍ରତ୍ୟୟ ଦ୍ବାରା ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ । ଉପନିଷଦର ସର୍ବ ବ୍ରହ୍ମମୟ ବାଣୀ ବୋଧଗମ୍ୟ ହେତୁ ଆପଣଙ୍କ ଆତ୍ମା ପରିପୂର୍ଣାନନ୍ଦ ହେବ।

ମୀନ: ନିଜର ଅବିଗୁଣକୁ ପରିତ୍ୟାଗ କଲେ ଜୀବନ ସୁଖମୟ ହେବ। ମହାନତା, ତ୍ୟାଗ, ଦୟା, କ୍ଷମା, ପରୋପକାର ଭାବ ଆପଣଙ୍କର ରହିବ। ବକେୟା ଧନପ୍ରାପ୍ତି ଆତ୍ମସନ୍ତୋଷର କାରଣ ହେବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories