www.samajalive.in
Saturday, December 13, 2025
26.1 C
Bhubaneswar

ବ୍ୟକ୍ତିତ୍ବ ସୁରକ୍ଷା ଲୋଡ଼ି ହାଇକୋର୍ଟର ଦ୍ବାରସ୍ଥ ହେଲେ ଐଶ୍ବର୍ଯ୍ୟା

ନୂଆଦିଲ୍ଲୀ: ନିଜର ବ୍ୟକ୍ତିତ୍ବ ସୁରକ୍ଷା ଲୋଡିବା ପୂର୍ବକ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଐଶ୍ବର୍ଯ୍ୟା ନିଜର ଆବେଦନରେ ଦର୍ଶାଇଛନ୍ତି ଯେ କେତେକ ଅନଲାଇନ ପ୍ଲାଟଫର୍ମରେ ତାଙ୍କର ନାମ ଓ ଫଟୋକୁ ବେଆଇନ ଭାବେ ବ୍ୟବହାର କରାଯାଉଛି। ଏପରି କି କୃତ୍ରିମ ବୁଦ୍ଧିମତା(ଏଆଇ)ର ଉପଯୋଗ ପୂର୍ବକ ତାଙ୍କର ଅଶ୍ଳୀଳ ଫଟୋ ପ୍ରସ୍ତୁତ କରାଯାଇ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ବ୍ୟବହାର କରାଯାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ଐଶ୍ବର୍ଯ୍ୟା ଅଦାଲତଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ବିଚାରପତି ତେଜସ କାରିଆ ଐଶ୍ବର୍ଯ୍ୟାଙ୍କ ଆବେଦନ ଉପରେ ଶୁଣାଣି କରିବେ। ଐଶ୍ବର୍ଯ୍ୟାଙ୍କ ଓକିଲ କହିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କ ମହକିଲର ନାମ ଓ ଫଟୋକୁ ବ୍ୟବହାର କରି ଅର୍ଥ ରୋଜଗାର କରିପାରିବେ ନାହିଁ। ଏପରି କି କେତେକ ବ୍ୟବସାୟୀ ଟି-ସାର୍ଟ, ବାଲ୍‌ଟି, ମଗ୍‌ ଆଦିରେ ଐଶ୍ବର୍ଯ୍ୟାଙ୍କ ନାମ ଓ ଫଟୋ ବ୍ୟବହାର କରି ଅର୍ଥ ରୋଜଗାର କରୁଛନ୍ତି।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories